କୋକସରା ଠାରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ।
କଳାହାଣ୍ଡି,୦୪/୦୪
(ମହାଯଜ୍ଞ ମନ ଓ ଆତ୍ମା କୁ ପବିତ୍ର କରେ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ଶିବ ମନ୍ଦିର ପ୍ରାଙ୍ଗଣରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର।(ଉତ୍ତରାଖଣ୍ଡ) ତତ୍ୱାବଧାନ ରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଶନିବାର ଉଦଯାପିତ ହୋଇଯାଇଛି।ଶୁକ୍ରବାର ସନ୍ଧ୍ୟାରେ କଲସ ଯାତ୍ରା ସହ ପୂଜା ମଣ୍ଡପ ରେ କଲସ ସ୍ଥାପନ ସହ ଅଧିବାସ ହୋଇଥିଲା। ଆଜି ସକାଳରୁ ଶାନ୍ତିକୁଞ୍ଜ ହରିଦ୍ଵାର ରୁ ଆସିଥିବା ଦେବ ପୁରୁଷ ଙ୍କ ମନ୍ତ୍ର ଉଚ୍ଚାରିତ ବେଦମାତା ଗାୟତ୍ରୀ ଙ୍କ ଅଖଣ୍ଡ ମହାଜପ ସହ ପୂଜାର୍ଚ୍ଚନା ପରେ ପଞ୍ଚ କୁଣ୍ଡିୟ କୁଣ୍ଡିୟ ମହାଯଜ୍ଞ ରେ ବ୍ରତି ମାନେ ଯଜ୍ଞ ଧାରଣ କରି ପୂଜାର୍ଚ୍ଚନା କରିଥିଲେ।ଯଜ୍ଞ ବ୍ରତ ଧାରଣ କରିଥିବା ଶ୍ରଦ୍ଧାଳୁ ଙ୍କୁ ଗାୟତ୍ରୀ ପରିବାର ପକ୍ଷରୁ ଦୀକ୍ଷା ସହ ଜୀବନ ର ମୂଳମନ୍ତ୍ର,ଆଦର୍ଶ ପାଳନ,ନାରୀ ଶଶକ୍ତି କରଣ ଓ ଯୁବା ଜାଗରଣ ନେଇ ମାର୍ଗଦର୍ଶନ ଦିଆ ଯାଇଥିଲା। କୋକସରା ଗାୟତ୍ରୀ ପରିବାର ପକ୍ଷରୁ ଆସନ୍ତା ୨୦୨୭ ଫେବୃଆରୀ ରେ ୧୦୮ କୁଣ୍ଡିୟ ମହାଯଜ୍ଞ ଅନୁଷ୍ଠାନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଗାୟତ୍ରୀ ପରିବାର କୋକସରା ଶାଖା ର ବରିଷ୍ଠ କର୍ମକର୍ତ୍ତା ଯୁଗେଶ୍ୱର ନେଗି ଙ୍କ ଆୟୋଜନ ରେ ଏହି ମହାଯଜ୍ଞ ସମ୍ପାଦନ ରେ ଯୁଗଳ କିଶୋର ହଂସ,ନାରାୟଣ ପଟ୍ଟନାୟକ, ସହଦେବ ନେଗି, ଲକ୍ଷ୍ମୀକାନ୍ତ ପଟ୍ଟନାୟକ,ଲିଙ୍ଗରାଜ ଭାଇ, ଦିଲେଶ୍ୱର ଭାଇ,ଧବଳେଶ୍ବର ଗହୀର,ମଦନ ବେମାଲ,ନାରୀ ସ୍ୱରୂପା ମା ଭଉଣୀ ମାନେ ଯଜ୍ଞ କାର୍ଯ୍ୟ ସମ୍ପାଦନ ରେ ପୁର୍ଣ୍ଣ ସହଯୋଗ କରିଥିଲେ।

