Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୋଡାନାଚ ରେ ବୋମାମାଡ କରି ହାର୍ଡକୋର ଅପରାଧୀ ମୁନା ଗିରଫ

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନୂଆଗଡ,ମେରାଇନ ଥାନାଅଧୀନ,ଝାଡ଼ ଲିଙ୍ଗ ଗ୍ରାମରେ ଶନିବାର ଦିନ ରାତ୍ରରେ ଘୋଡ଼ାନାଚ ଚାଲିଥିବା ବେଳେ ,ସେହି ଗ୍ରାମର ରାଧାମୋହନ ଓରଫ ମୁନା ବିଶ୍ଵାଳ ଙ୍କ ଅତର୍କିତ ବୋମା ମାଡ଼ରେ କେତେକ ମହିଳା ଗୁରୁତର ହେବା ସହ ଆଉ କେତେକ ଆହତ ହୋଇ ନିକଟସ୍ତ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।
ଘଟଣାରୁ ପ୍ରକାଶ ଯେ,ଝାଡଲିଙ୍ଗ ଗ୍ରାମରେ ହେଉଥିବା ଘୋଡାନାଚ ସ୍ଥଳରେ ତିନି ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ସେହି ଗ୍ରାମର ମୁନା ବିଶ୍ଵାଳ ଘୋଡ଼ାନାଚ ସ୍ଥଳରେ ପହଞ୍ଚି ଅଭଦ୍ର ଭାଷାରେ ଗାଳି ଗୁଲଚ କରିବା ସହ,ଅଯଥା ଝଗଡ଼ା କରିଥିଲା । ଉପସ୍ଥିତ ଥିବା ଗ୍ରାମବାସି ମାନେ ଏହାର ପ୍ରତିବାଦ କରିବାରୁ ମୁନା ଓରଫ ରାଧା ମୋହନ ଘୋଡ଼ାନାଚ ସ୍ଥଳରେ ବୋମାମାଡ କରିଥିଲା । ବୋମା ମାଡର ଶବ୍ଦ ଏତେ ଜୋର୍ ଥିଲା ଯେ,ଲୋକମାନେ ଆକୁଳ ବିକଳ ହୋଇ ଏଣେ ତେଣେ ଦୋଉଡି ବାରେ ଲାଗିଥିଲେ। ସେତେ ବେଳକୁ ରାତ୍ର ୧୦/୩୦ମିନିଟି। ମହିଳା କିଛି ଆହତ ଓ ଗୁରୁତର ହେବାରୁ ରାତା ରାତି ନୂଆଗଡ ସାମୁଦ୍ରିକ ଥାନାରେ ପହଞ୍ଚି ଆସାମୀ କୁ ଗିରଫ ଦାବି ସହ, କୌସଲ୍ୟା ବେହେରା ଆସାମୀ ମୁନା ବିରୁଦ୍ଧରେ ଏତଲା ଦେଇ ଆହତ ଙ୍କୁ ଚିକିତ୍ସା ଲାଗି ମେଡିକାଲ ପଠାଇ ଥିଲେ । ରାତା ରାତି ଉପ ଖଣ୍ଡିୟ ପୋଲିସ୍ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ଙ୍କୁ ବାର୍ତ୍ତା ଦେବାପରେ ଭୋର ସମୟ ରେ କିଛି ଫୋର୍ସ ଆସି ପହଞ୍ଚିଥିଲେ ସାମୁଦ୍ରିକ ଥାନାରେ । ସକାଳୁ ସକାଳୁ,ସାମୁଦ୍ରିକ ଥାନା ଅଧିକାରୀ ଜଗନ୍ନାଥ ବେହେରା ଙ୍କ ନେତୃତ୍ଵ ରେ ତାର ବାସ ଭବନ ଉପରେ ଚଢାଉ କରା ଯିବାରେ,ମୁନା ଦୌଡ଼ି ଦୌଡ଼ି ପଳେଇ ଯାଉଥିବା ବେଳେ,ସାମୁଦ୍ରିକ ଥାନା ପୋଲିସ ତାକୁ ଧରିବାକୁ ସକ୍ଷମ ହୋଇଥିଲେ। ତାକୁ ଅସ୍ତରଙ୍ଗ ଥାନାକୁ ଅଣାଯାଇ ସାମ୍ବାଦିକ ସମ୍ମିଳନୀ କରି ଏସ ଡି ପି ଓ,ଜନାର୍ଦ୍ଦନ ପାଢ଼ୀ ମୁନା ଅତୀତ ରେ କରିଥିବା,ହତ୍ୟା ଅପରାଧ,ଦଙ୍ଗା କାରୀ ଆଦି ବିଷୟ ରେ
ସୂଚନା ଦେବା ସହ ଦଫା— ୧୨୬(୨),୧୧୫(୨)୧୧୮(୨) ୧୦୯/୭୪/୩୫୧(୨) (ବି ଏନ ଏସ/ଏସ ଇ ସି୩/୪),ସହ ବିସ୍ପୋରକ ଦ୍ରବ୍ୟ ବ୍ୟବହାର ନିମନ୍ତେ ୩(୧)( ଆର)(ଏସ )/୩(୨) ହରିଜନ ଆଦିବାସି ଧାରାରେ କେସ ନମ୍ବର–( ୧୨ ) ( ୫/୬/୨୦୨୬ ମୋକଦମ୍ ରୁଜ କରାଯାଇ ଅପରାଧୀ ମୁନାକୁ ଅଧିକ ପଚରା ଉଚରା ନିମନ୍ତେ ପୋଲିସ ନିମାପଡ଼ା ନେଇଛି । ଏହି ସାମ୍ବାଦିକ ବେ ସମ୍ମିଳନୀ ରେ ଅସ୍ତରଙ୍ଗ ଥାନା ଆଇ ଆଇ ସି ବିଦିତା ନାୟକ,ଓ ସାମୁଦ୍ରିକ ଥାନା ଆଇ ଆଇ ସି ଜଗନ୍ନାଥ ବେହେରା ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ