Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସାମରେ ମୋହନ ମାଝୀଙ୍କ ଜୋରଦାର ପ୍ରଚାର

ଆସାମ, 6|4: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସାମରେ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି । ବର୍ତ୍ତମାନ ଆସାମରେ ଚାଲିଥିବା ନିର୍ବାଚନ ପାଇଁ ଭାଜପା ପକ୍ଷରେ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ଆସାମ ପହଞ୍ଚି ବିଭିନ୍ନ ସ୍ଥାନରେ ସଭା ଓ ରାଲିରେ ଯୋଗଦେଇଥିଲେ । ଜୋରହାଟ ବିମାନବନ୍ଦରରେ ପହଞ୍ଚି ପ୍ରଥମେ ସୋନାରି ବିଧାନସଭା ଅଞ୍ଚଳରେ ଏକ ବଡ଼ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ସେ ଦଳୀୟ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ।

ଏହାଛଡ଼ା ସେ ଆସାମର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରଚାର କରି ଦଳର କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କ ସହିତ ଭେଟ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ‘ଭାରତୀୟ ଜନତା ପାର୍ଟି ଦେଶର ବିକାଶ ପାଇଁ କାମ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ଆସାମର ପ୍ରତ୍ୟେକ ବର୍ଗର ଲୋକଙ୍କ ହିତ ସାଧିତ ହେଉଛି । ଗରିବ କଲ୍ୟାଣ ଓ ବିକାଶ କ୍ଷେତ୍ରରେ ଆସାମରେ ବିଜେପି ସରକାର ବହୁତ କିଛି କରିଛନ୍ତି। ଆମକୁ ଜିତାଇବା ପାଇଁ ଶ୍ରୀ ବିଶ୍ବ ଶର୍ମା ୨୦୨୪ ନିର୍ବାଚନରେ ଓଡ଼ିଶାରେ ପ୍ରଚାର କରିଥିଲେ । ଏଥର ତାଙ୍କୁ ଜିତାଇବା ପାଇଁ ମୁଁ ଏଠାକୁ ପ୍ରଚାର ପାଇଁ ଆସିଛି ।’ବିଜେପି ପାଇଁ ଆସାମରେ ସମର୍ଥନ ବଢ଼ିବାରେ ଲାଗୁଛି, କ’ଣ ପୁଣି ଶାସନକୁ ଫେରିବ ଡବଲ ଇଞ୍ଜିନ୍ ସରକାର?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ