Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅର ଛାଡ଼ପତ୍ର ପରେ ବାଜା ବଜାଇ ସ୍ୱାଗତ କଲେ ବାପା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ, 6|4: ମେରଠରେ ଏକ ଘଟଣା ସମ୍ପ୍ରତି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଛାଡ଼ପତ୍ର ପରେ ଝିଅ ଘରକୁ ଫେରିବା ସମୟରେ ଜଣେ ବାପା ନିଜ ଝିଅକୁ ଅଲଗା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି, ଯାହା ସମସ୍ତଙ୍କ ମନକୁ ଛୁଇଁଯାଇଛି । ଝିଅକୁ ସ୍ୱାଗତ କରିବା ପାଇଁ ବାପା ଢୋଲ ବଜାଇଥିଲେ, ମିଠା ବାଣ୍ଟି ଥିଲେ ଓ “ଆଇ ଲବ୍ ମାଇ ଦଉଟର୍” ଲେଖା ଥିବା ଟି-ଶର୍ଟ ପିନ୍ଧି ସ୍ନେହ ଓ ସମର୍ଥନ ପ୍ରକାଶ କରିଥିଲେ । ଏହି ଭିଡିଓଟି ଦେଖି ଲୋକମାନେ ଭିନ୍ନ-ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।ସୂଚନା ଅନୁଯାୟୀ, ମେରଠର ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଝିଅ ପ୍ରତିକ୍ଷାଙ୍କ ବିବାହ ୨୦୧୮ ମସିହାରେ ଜଣେ ସେନା ଅଧିକାରୀ ସହ ହୋଇଥିଲା । ସେମାନଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । କିନ୍ତୁ ପରେ ଘରୋଇ ଅସୁବିଧା ଓ ନିର୍ଯାତନା ଅଭିଯୋଗ ନେଇ ମାମଲା କୋର୍ଟକୁ ପହଞ୍ଚିଥିଲା ଏବଂ ଶେଷରେ ଛାଡ଼ପତ୍ର ହୋଇଛି । ଝିଅର ଏହି ପରିସ୍ଥିତିରେ ଦୁଃଖ ପ୍ରକାଶ କରିବା ବଦଳରେ ବାପା ତାଙ୍କର ମନୋବଳ ବଢ଼ାଇବାକୁ ଏମିତି ଅନନ୍ୟ ଉପାୟ ବାଛିଥିଲେ । ସେ କହିଛନ୍ତି, “ଝିଅ କେବେ ବୋଝ ନୁହେଁ, ସେ ପରିବାରର ଏକ ଅଭିନ୍ନ ଅଂଶ । ଝିଅ ଓ ପୁଅ ସମାନ।” ଏହି ଘଟଣା ସମାଜକୁ ଏକ ସକାରାତ୍ମକ ସୂଚନା ଦେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ