ବିରାଗୁଡ଼ା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ
ବାଲିଗୁଡା, ତା, ୦୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିରାଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକାରେ ସାତ ଜଣ ଶିଶୁ ନୂତନ ଭାବରେ ନାମ ଲେଖାଇଛନ୍ତି । ନୂତନ ଭାବରେ ବିଦ୍ୟାଳୟକୁ ଖଡ଼ି ଛୁଆଁ ପାଇଁ ଆସିଥିବା ଶିଶୁ ଓ ଅଭିଭାବକ ମାନଙ୍କୁ ପ୍ରଧାନ ଶିକ୍ଷକ ଅଲେଖ ରଣା ଫୁଲ ଚ଼ନ୍ଦନ ଦେଇ ସ୍ୱାଗତ କରିବା ପରେ ଶିଶୁ ବାଟିକାରେ ନାମ ଲେଖିବା ପାଇଁ ଆସିଥିବା ଶିଶୁମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ରଣା ଖଡ଼ି ଛୁଆଁଇଥିଲେ । ଏହି ଅବସରରେ ପ୍ରସ୍ତୁତ ହୋଇଥିବା ଖେଳଘର, ରଙ୍ଗର ଦୁନିଆ ଓ ଗପ ରାଇଜ କୋଣ ଗୁଡ଼ିକରେ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ, ସଦସ୍ୟା ତଥା ଅଭିଭାବକ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ,ଶିକ୍ଷୟିତ୍ରୀ ଅଞ୍ଜଳୀ ମଲିକ ଓ ସମ୍ମିତା ପୃଷ୍ଟି ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ସଂପାଦନ କରିଥିଲେ ।

