ସରକାରୀ ଋତୁକାଳୀନ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଡିଇଓ।
କଳାହାଣ୍ଡି,୦୭/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଆମପାଣି ପଞ୍ଚାୟତ ଉପାନ୍ତ ଅଞ୍ଚଳ ରେ ଥିବା ବିରିମୁହାଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଋତୁକାଳୀନ ଆବାସିକ ହଷ୍ଟେଲ ପରିଦର୍ଶନ କରିଛନ୍ତି କଳାହାଣ୍ଡି ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ। ମଙ୍ଗଳବାର ଜିଲ୍ଲା ଶିକ୍ଷା ଅଧିକାରୀ କୋକସରା ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରେ ଆସି ବିରିମୁହାଣ ବିଦ୍ୟାଳୟ ରେ ପହଞ୍ଚି ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଙ୍କ ସହ ବିଦ୍ୟାଳୟ ଓ ଆବାସିକ ହଷ୍ଟେଲ ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ବିଦ୍ୟାଳୟ ରେ ଆବାସିକ ଅନ୍ତେବାସୀ ଛାତ୍ରଛାତ୍ରୀ ଙ୍କୁ ଭେଟି ହଷ୍ଟେଲ ରେ ସ୍ୱଚ୍ଛତା,ଖାଦ୍ୟ,ପାନିୟ ଜଳ ଓ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। ସୂଚନା ମତେ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳ ରେ ଥିବା କୁଟରୁ, ଆନ୍ଧି ଝରଣ,କାଦୋମଳି,ଗୋଇ ଚଞ୍ଚରା, ଲେକାଆମ, ସର୍ଗିପାନୀ,ଟିର୍ଲିଆମ ଗ୍ରାମର ଆଦିବାସୀ ଜନଜାତି ବର୍ଗର ଛାତ୍ରଛାତ୍ରୀ ଙ୍କୁ ଉତ୍ତମ ଶୈକ୍ଷିକ ବାତାବରଣ ଓ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଋତୁକାଳୀନ ଆବସିକ ହଷ୍ଟେଲ ଖୋଲାଯାଇଛି। ଏହି ଆବସିକ ହଷ୍ଟେଲ ରେ ୫୦ ଜଣ ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି। ତନ୍ମଧ୍ୟରୁ ୨୮ ଜଣ ଛାତ୍ର ଓ ୨୨ ଜଣ ଛାତ୍ରୀ ରହିଛନ୍ତି। ଅନ୍ତେବାସୀ ଛାତ୍ରଛାତ୍ରୀ ଙ୍କୁ ଉତ୍ତମ ବାତାବରଣ ରେ ଶିକ୍ଷା ଦାନ ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ଅଗସ୍ତି ଓ ସହ ଶିକ୍ଷକ ମାନେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରୀ ଙ୍କ ଗସ୍ତ ସମୟରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ,ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢୀ ଉପସ୍ଥିତ ଥିଲେ।

