Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସିଟିଜେନ ଫୋରମ ର ବାର୍ଷିକ ବୈଠକ ଓ ସମ୍ବର୍ଦ୍ଧନା ସଭା।

କଳାହାଣ୍ଡି,୦୭/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜେନ ଫୋରମ ର ବାର୍ଷିକ ସାଧାରଣ ବୈଠକ ବ୍ଲକ ର କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ସ୍ଥିତ କାଳେଶ୍ୱର ଶୈବପୀଠ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଫୋରମ ର ବରିଷ୍ଠ ସଦସ୍ୟ ବ୍ୟୋମକେଶ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପଦେଷ୍ଟା ଜିଲ୍ଲା ସିଟିଜେନ ଫୋରମ କଳାହାଣ୍ଡି ବ୍ରଜେନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷ ଜିଲ୍ଲା ସିଟିଜେନ ଫୋରମ କଳାହାଣ୍ଡି, ସମ୍ମାନିତ ଅତିଥି ଭାବେ ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସମ୍ପାଦକ ଜିଲ୍ଲା ସିଟିଜେନ ଫୋରମ ସୀମାଞ୍ଚଳ ମିଶ୍ର,ସମାଜସେବି କୁମୁଦ ଚନ୍ଦ୍ର ବେହେରା, ସିଟିଜେନ ଫୋରମ ଜିଲ୍ଲା ସଦସ୍ୟ ସୁଧାଂଶୁ ନେଗି, ଓ ବ୍ଲକ ସମ୍ପାଦକ ମିନିକେତନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ସମ୍ପାଦକ ଶ୍ରୀ ପ୍ରଧାନୀ ବାର୍ଷିକ ବିବରଣୀ ପଠନ ସହ ବୈଠକ ର ଉଦେଶ୍ୟ ଓ ରାଜ୍ୟ ସରକାର ଙ୍କ ଉଦ୍ଧେଶ୍ୟରେ ଧର୍ମଗଡ ବିଧାୟକ ଙ୍କ ଜରିଆରେ ଫୋରମ ପକ୍ଷରୁ ବିଭିନ୍ନ ଦାବି ନେଇ ଉପସ୍ଥାପନ କରିଥିଲେ।ଦାବି ମଧ୍ୟରେ କୋକସରା ବ୍ଲକ ରେ ନୂତନ ବସଷ୍ଟାଣ୍ଡ,କୋର୍ଟ ବିଲଡିଂ,ରେଳ ଲାଇନ ପ୍ରକଳ୍ପ, ଅତ୍ୟାଧୁନିକ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ବିଧାୟକ ଙ୍କ ନେତୃତ୍ୱ ଓ ପ୍ରୟାସ ପାଇଁ ଧନ୍ୟବାଦ ଅର୍ପଣ ସହ ନିର୍ମାଣଧୀନ କାର୍ଯ୍ୟ ତ୍ୱରାନ୍ୱିତ କରିବା,ଦ୍ବିତୀୟତ ଅଣ ଜଳସେଚନ ଅଞ୍ଚଳ ଗୋତମୁଣ୍ଡା ବଡ଼ ପୋଡ଼ାଗୁଡା ଓ ଆମପାଣି ପଞ୍ଚାୟତ ରେ ଥିବା ବିଭିନ୍ନ ଚେକଡ୍ୟାମ ର ପୁନରୁଦ୍ଧାର ସହ ଜଳସେଚନ, କୋକସରା ସିଏଚସି ରେ ଟ୍ରମାକେୟାର ୟୁନିଟ ସ୍ଥାପନ କରିବା,କୋକସରା ଠାରେ ଏକ ଡିଜିଟାଲ ପାଠାଗାର ଖୋଲିବା,ପୁଷ୍କରିଣୀ ଓ ଜଳଉତ୍ସ ଗୁଡିକ ର ଉନ୍ନତି କରଣ ସହ ସୌନ୍ଦର୍ଯ୍ୟ କରଣ, ଗୁଡ଼ହାଣ୍ଡି ଡୋକରିଚଞ୍ଚରା ରେ ବନ ବିଭାଗ ଦ୍ଵାରା ହୋଇଥିବା ଇକୋ ଟୁରିଯମ କାର୍ଯ୍ୟ ରେ ଅସନ୍ତୋଷ ପ୍ରକାଶ ସହ ଏକ ବହୁମୁଖୀ ଡିପିଆର ପ୍ରସ୍ତୁତ କରାଯିବା ସହ ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ବିକାଶ ସହ ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ, ଅଞ୍ଚଳ ରେ ଥିବା ପୁରାତନ ମନ୍ଦିର,ଧାର୍ମିକ ପୀଠ ର ଭିତ୍ତିଭୂମି ବିକାଶ,କୃଷି ଓ କୃଷକ ଙ୍କ ବଜାର ବ୍ୟବସ୍ଥା ଭଳି ଦାବି କରିଛନ୍ତି।।ଏହା ବ୍ୟତୀତ ଏହି ଅବସରରେ ଏକ ବ୍ଲକ ର ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମ ରେ ସ୍ତମ୍ଭକାର ଲେଖକ ତଥା ଗବେଷକ ଅଧ୍ୟାପକ ମୋହନ ଚରଣ ବିଶି, କୃତି ଶିକ୍ଷକ ସୁଧୀର କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ପଟ୍ଟନାୟକ, ନାଟ୍ୟ ଗୁରୁ ତଥା କଳାକାର ଚିନ୍ତାମଣି ପଟେଲ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସିଟିଜେନ ଫୋରମ ର ଶ୍ରୀନିବାସ ପ୍ରଧାନୀ, ଧବଳେଶ୍ବର ନାଗ, ଗରୁଡ଼ ମାଝୀ, କୁମୁଦ ପୁଝାରି, ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ଆଦିତ୍ୟ ପଣ୍ଡା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ