Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ।

କଳାହାଣ୍ଡି,୦୮/୦୪
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଟେମରା ପଞ୍ଚାୟତ ଅନ୍ତର୍ଗତ ବୋବରିଆ ଗ୍ରାମ ରେ ଆଜି ସକାଳୁ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଘର ଭିତରେ ଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ଠାରୁ ଅଭିଯୋଗ ମିଳିବା ପରେ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଶବ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ ବୋବରିଆ ଗ୍ରାମ ର ଲୋଚନ ମାଝୀ ଙ୍କ ମୃତ ଦେହ ନିଜ ଘରେ ଝୁଲୁଥିବା ପରିବାର ଲୋକେ ସକାଳୁ ଦେଖି ସ୍ଥାନୀୟ ପୋଲିସ କୁ ଜଣାଇଥିଲେ।ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ଯବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ପଠାଇଛନ୍ତି | ପ୍ରାଥମିକ ତଦନ୍ତରୁ ମାନସିକ ଭାରସାମ୍ୟ ହରାଇ ଯୁବକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ