ସ୍ନାନଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା
ପୁରୀ, ୮ | ୪: ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତିି ପ୍ରକ୍ରିୟା । ଆଜିଠାରୁ ଆରମ୍ଭ ହୋଇଛି ସମସ୍ତ ଅଳଙ୍କାରର ଗଣତି ଓ ମଣତି। ସୂଚାନଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକ୍ରିୟାରେ ୪ ଦିନ ସମୟସୀମା ରହିଥିଲା ବେଳେ ଆସନ୍ତା ୧୩ ତାରିଖରୁ ଆଉ ଏକ ପର୍ଯ୍ୟାୟ ଗଣତି ହେବ | ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି |
ଏହାସହିତ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଅଳଙ୍କାର ଗଣତି ମଣତି ବେଳେ ଡିଜିଟାଲ ଫଟୋଗ୍ରାଫି ମଧ୍ୟ କରାଯିବ । ୧୯୭୮ ମସିହାରେ ହୋଇଥିବା ଗଣତି ସହ ଏବେର ଅଳଙ୍କାରକୁ ମେଳ କରାଯିବ । ଏହାସହ ମହାପ୍ରଭୁଙ୍କ ରତ୍ନରାଜିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ଆଗକୁ ଆଲୋଚନା ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି |

