Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଖଣ୍ଡ-ଚାରିଧାମରେ ପ୍ରବଳ ତୁଷାରପାତ, ଉତ୍ତର ପ୍ରଦେଶରେ ଝଡ଼ବର୍ଷା ଓ ବଜ୍ରପାତ ଯୋଗୁଁ ୧୫ ମୃତ

ଉତ୍ତରାଖଣ୍ଡ,୮|୪: ଉତ୍ତରାଖଣ୍ଡରେ ଚାରିଧାମ,କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରି ଓ ଯମୁନେତ୍ରିରେ ଆଜି ପ୍ରବଳ ତୁଷାରପାତ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ମଧ୍ୟ ଲାଗି ରହିଛି । ଏପଟେ ରାଜସ୍ଥାନରେ ଶ୍ରୀଗଙ୍ଗାନଗର, ହନୁମାନଗଡ଼, ନାଗୋର ସମେତ ଅନେକ ଜିଲ୍ଲାରେ ଝଡ଼ବର୍ଷା ସହିତ କୁଆପଥର ବର୍ଷା ହୋଇଛି । ଆଉ ବର୍ଷା କାରଣରୁ ରାଜସ୍ଥାନରେ ତାପମାତ୍ରା ପୂର୍ଵ ଅପେକ୍ଷା ପ୍ରାୟ ୭ ଡିଗ୍ରି ତଳକୁ ଖସିଛି ।

ଅନ୍ୟପଟେ ଉତ୍ତର ପ୍ରଦେଶର ମିରଟ, ବରେଲି, ଶାହଜାହାନପୁରରେ ଅପରାହ୍ଣରେ କୁଆପଥର ବର୍ଷା ହୋଇଛି। ଲକ୍ଷ୍ନୌ, ଗୋରଖପୁର, ଗୋଣ୍ଡା, ଜୌନପୁର, ଅଲିଗଡ଼ ଆଦି ପ୍ରମୁଖ ୨୫ ଜିଲ୍ଲାରେ ଆଜି ବର୍ଷା ଲାଗି ରହିଛି । ସୂଚନା ଅନୁସାରେ ଉତ୍ତର ପ୍ରଦେଶରେ ଝଡ଼ବର୍ଷା ଓ ବଜ୍ରପାତ ଯୋଗୁଁ ୧୫ ଜଣ ଲୋକଙ୍କର ପ୍ରାଣ ଗଲାଣି । ଏବେ ମଧ୍ୟପ୍ରଦେଶରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୧୮ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନାଇଁ ସତର୍କ ସୂଚନା ଜାରି କରାଯାଇଛି । ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ଜମ୍ମୁ-ଶ୍ରୀନଗର ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ