Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ଭୋଟ୍: ୨୯୬ ଆସନ ପାଇଁ ମତଦାନ, ନିର୍ଣ୍ଣୟ ହେବ ହଜାରେ ପ୍ରାର୍ଥୀଙ୍କ ଭାଗ୍ୟ…

ନୂଆଦିଲ୍ଲୀ, 9|4 : ଆଜି ଦେଶର ତିନୋଟି ଅଞ୍ଚଳ ଆସାମ, କେରଳ ଓ ପୁଡୁଚେରୀ ରେ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଚାଲିଛି । ଏହି ତିନିଟି ଅଞ୍ଚଳର ମୋଟ ୨୯୬ଟି ଆସନ ପାଇଁ ଭୋଟରମାନେ ନିଜ ମତଦାନ କରିବେ । ଅର୍ଥାତ୍ ଆସାମର ୧୨୬ ଆସନ, ପୁଡୁଚେରୀର ୩୦ଟି ଆସନ, କେରଳର ୧୪୦ ଆସନ ପାଇଁ ହେବ ଭୋଟ ଗ୍ରହଣ । ଏହି ନିର୍ବାଚନରେ ମୋଟ ୧୮୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବକ୍ସରେ ସିଲ୍ ହେବ । ତିନୋଟି ଅଞ୍ଚଳରେ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଏଥର ନିର୍ବାଚନକୁ ନେଇ ବିଶେଷ ଉତ୍ସାହ ଦେଖାଯାଉଛି । ୧୨୬ଟି ଆସନ ପାଇଁ ମୋଟ ୭୨୨ ଜଣ ପ୍ରାର୍ଥୀ ମୁକାବିଲା କରୁଛନ୍ତି । ରାଜ୍ୟରେ ସରକାର ଗଠନ ପାଇଁ ୬୪ଟି ଆସନର ବହୁମତ ଆବଶ୍ୟକ ରହିଛି ବୋଲି ନିର୍ବାଚନ କର୍ତ୍ତୃପକ୍ଷ ଜଣାଇଛନ୍ତି । ଏହି ନିର୍ବାଚନରେ ହିମନ୍ତ ବିଶ୍ୱ ଶର୍ମା ଓ ଗୌରବ ଗୋଗୋଇଙ୍କ ମଧ୍ୟରେ କଠିନ ପ୍ରତିଦ୍ବନ୍ଦିତା ଦେଖାଯାଉଛି, ଯାହା ରାଜନୈତିକ ମଞ୍ଚକୁ ମହଲ କୁ ଗରମ କରିଛି । ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ଫେବୃଆରୀ ୧୦, ୨୦୨୬ ରେ ପ୍ରକାଶିତ ଅନ୍ତିମ ଭୋଟର ତାଲିକା ଅନୁସାରେ, ରାଜ୍ୟରେ ମୋଟ ୨୪,୯୫୮,୧୩୯ ଜଣ ଭୋଟର ଅଛନ୍ତି । ସମସ୍ତ ଭୋଟରଙ୍କୁ ନିର୍ବାଚନରେ ସକ୍ରିୟ ଭାଗ ନେବା ପାଇଁ ଆହ୍ୱାନ କରାଯାଇଛି ।ଭୋଟ ଗଣନା ମଇ ୪ ତାରିଖରେ ହେବାକୁ ଥିବାବେଳେ, ଏକଜିଟ୍ ପୋଲର ଫଳାଫଳ ଏପ୍ରିଲ ୨୯ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ତେଣୁ, ଏହି ତିନିଟି ଅଞ୍ଚଳର ନିର୍ବାଚନ ଫଳାଫଳ ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମନେ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ