ମାମୁ ଘରେ ମିଳିଲା ଭାଣିଜୀର ମୃତ ଦେହ !
ଭଞ୍ଜନଗର, 9|4 : ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନା କୁ ଆସିଛି ଯାହା କେବେ କଳ୍ପନା ମଧ୍ୟ କରି ନଥିବା । ଜଣେ ମାମୁଁ ଘର ଭିତରେ ନିଜ ଭାଣିଜୀକୁ ନିର୍ମମ ଭାବେ ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଲକ୍ଷ୍ମଣପଲ୍ଲୀ ଗାଁରେ । ହତ୍ୟାର ଅଭିଯୋଗ ଆଣିଥିଲେ ନାବାଳିକାଙ୍କ ମାଆ । ମୃତ ନାବାଳିକା ଜଣକ ହେଲେ ଅର୍ଚ୍ଚନା ମହାରଣା ।ପୋଲିସ ର ପ୍ରାଥମିକ ତଦନ୍ତ ଅନୁସାରେ ଜଣାପଡ଼ିଛି, ଯେ ଝିଅଟି ନିଜ ମାମୁ ଘର ରହି ପାଠ ପଢୁଥିଲେ । ଅର୍ଚ୍ଚନାଙ୍କୁ ତା’ର ମାଇଁ ତଣ୍ଟିଚିପି ହତ୍ୟା କରିଛନ୍ତି ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଅର୍ଚ୍ଚନାଙ୍କୁ ହତ୍ୟା କରି ପାଇଖାନା ଭିତରେ ଜରି ପାଲ ରେ ଘୋଡାଇ ରଖିଥିଲେ । ପରେ ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲେ । ମାଇଁକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

