Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ୍ ନୁହେଁ, ସ୍ଥଗିତ ରଖାଯାଇଛି : ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର, 10|4 : ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟର ରାଜନୈତିକ ଓ ପ୍ରଶାସନିକ ମଞ୍ଚରେ ଚର୍ଚ୍ଚା ବଢ଼ିଛି । ପୂର୍ବରୁ ଏହି ପ୍ରକଳ୍ପକୁ ରାଜଧାନୀର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଭାବେ ଦେଖାଯାଉଥିଲା । ଭୁବନେଶ୍ୱର ଓ କଟକକୁ ସଂଯୋଗ କରି ଆଧୁନିକ ମେଟ୍ରୋ ରେଳ ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ପୂର୍ବରୁ ଯୋଜନା ଓ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

କିନ୍ତୁ ଏହା ପରେ ପ୍ରକଳ୍ପ ହଠାତ୍ ଧୀରଗତି ହୋଇଯାଇଥିବା ସହ ଏହା ବନ୍ଦ ହୋଇଯାଇଛି ବୋଲି ଖବରଟି ପ୍ରସାରିତ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମଞ୍ଚରେ ପ୍ରଶ୍ନ ଉଠିଥିଲା ଓ ବିପକ୍ଷ ଦଳ ମାନେ ମଧ୍ୟ ସରକାରକୁ ଅନେକ ପ୍ରଶ୍ନ କରିଥିଲେ । ଯେଉଁ ପ୍ରକଳ୍ପକୁ ବିଜେଡି ସରକାର ଆରମ୍ଭ କରିଥିଲେ, ଏବେ ବିଜେପି ସରକାର ଅଧିନରେ ଆସିବା ପରେ ଏହି ପ୍ରକଳ୍ପ ବନ୍ଦ ହେଇ ଯାଇଛି ବୋଲି ଖବର ଟି ପ୍ରସାରିତ ହୋଇଥିଲା ।

ଏହି ପରିପ୍ରେକ୍ଷିରେ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ମେଟ୍ରୋ ପ୍ରକଳ୍ପକୁ ବାତିଲ୍ କରାଯାଇ ନାହିଁ, ବରଂ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ତାଙ୍କ କଥା ଅନୁସାରେ, ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି ଏବଂ କାର୍ଯ୍ୟାଳୟର କାମ ଚାଲୁ ରହିଛି । ପ୍ରକଳ୍ପ ସମ୍ବନ୍ଧୀୟ ମାମଲା ମୋହନ ଚରଣ ମାଝିଙ୍କ ବିଚାରଧୀନ ଅଛି ଓ ଏଥିପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି ।

ଅନ୍ୟପଟେ, ଏହି ପ୍ରକଳ୍ପକୁ ପୁନର୍ବିଚାର କରିବା ପାଇଁ ଅପରାଜିତା ସାରଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରର ବଢ଼ୁଥିବା ଜନସଂଖ୍ୟା ଓ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଅତ୍ୟାବଶ୍ୟକ । କିଛି ପ୍ରକଳ୍ପ ଲାଭ ନୁହେଁ, ଜନସାଧାରଣଙ୍କ ସୁବିଧା ପାଇଁ ହୋଇଥାଏ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସସ୍ମିତ ପାତ୍ର ମଧ୍ୟ ଏହି ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ, ଯାହା ଏହି ମାମଲାର ଗୁରୁତ୍ୱ ସ୍ପଷ୍ଟ ହେଉଛି ।

ସମଗ୍ର ଭାବେ ଦେଖିଲେ, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ, କିନ୍ତୁ ତାହାର ଭବିଷ୍ୟତ ନିଷ୍ପତ୍ତି ସରକାରୀ ସ୍ତରରେ ଚର୍ଚ୍ଚାଧୀନ ଆବସ୍ଥାରେ ଅଛି । ଏହା ଆଗାମୀ ଦିନରେ ରାଜ୍ୟର ନଗର ଯାତାୟାତ ନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ