Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତିରେ ଚୋରି କରିବାକୁ ଗଲେ “ମା ଭଦ୍ରକାଳୀ” ମନ୍ଦିର, ଶୁଣିଲେ ପାଉଁଜିର ଶବ୍ଦ…

ଭଦ୍ରକ, 10|4 : ଭଦ୍ରକ ଜିଲ୍ଲାର ମା ଭଦ୍ରକାଳୀ ମନ୍ଦିରରେ ଘଟିଥିବା ଏକ ଅଜବ ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଚୋରି କରିବାକୁ ଯାଇଥିବା ଦୁଇ ଦୁର୍ବୃତ୍ତଙ୍କ ଅନୁଭବ ଶୁଣି ସମସ୍ତେ ଆଶ୍ଚର୍ୟ ହେଉଛନ୍ତି । ସୂଚନା ଅନୁସାରେ ସୋମବାର ରାତିରେ ଦୁଇଜଣ ଦୁର୍ବୃତ୍ତ ମନ୍ଦିରର କବାଟ ଭାଙ୍ଗି ଭିତରକୁ ପସିଥିଲେ । ସେମାନେ ଟଙ୍କା ଚୋରି କରିବା ଉଦ୍ଦେଶ୍ୟରେ ଯାଇଥିଲେ । କିନ୍ତୁ କିଛି ସମୟ ପରେ ମନ୍ଦିର ଭିତରୁ ପାଉଁଜିର ‘ଛମ୍ ଛମ୍’ ଶବ୍ଦ ଶୁଣି ସେମାନେ ଭୟଭୀତ ହୋଇଯାଇଥିଲେ । ଚୋର ତାଙ୍କ ସହଯୋଗୀକୁ ଡାକିଥିଲେ, କିନ୍ତୁ ସେ ବେହୋସ୍ ହୋଇ ପଡ଼ିଥିଲା । ପରେ ଚୋର ଆଲମାରୀ ଖୋଲି ଦେଖିଥିଲେ ଯେ ସେଠାରେ ଦୁଇଟି ମୁକୁଟ ରହିଛି, କିନ୍ତୁ ସେଗୁଡିକୁ ସେ ଛୁଇଁ ନଥିଲେ । ସେ କହିଛନ୍ତି ଯେ ସେମାନେ କେବଳ ଟଙ୍କା ନେବାକୁ ଯାଇଥିଲେ । ଭୟଭୀତ ହୋଇ ସେମାନେ କିଛି ନେଇପାରିନଥିବାବେଳେ ବାହାରକୁ ପଳାଇ ଯାଇଥିଲେ । ବାହାରକୁ ଆସିବା ପରେ ସେମାନେ ଏକ ବଡ଼ ଛାୟା ଦେଖିଥିବା ଏବଂ ସେଇ ଛାୟା ତାଙ୍କୁ ଗୋଡ଼ାଇଥିବା ଅନୁଭବ କରିଥିବା କହିଛନ୍ତି । ମଙ୍ଗଳବାର ସକାଳେ ପୋଲିସ ଘଟଣା ବିଷୟରେ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ର ପଚାରାଉଚରା ବେଳେ ଚୋର ଯାହା କହିଥିଲେ, ସେଥିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଚୋର ପୋଲିସକୁ କହିଛନ୍ତି, “ମାଆଙ୍କ ମୁକୁଟ ମୁଁ କାହିଁକି ନେବି, ସେଟା ମାଆଙ୍କ ପାଇଁ । ଟଙ୍କା ପାଇଁ ଯାଇଥିଲୁ, କିନ୍ତୁ ଭିତରେ ଯାହା ଘଟିଲା ଆମେ ଆଶ୍ଚର୍ୟ ହୋଇଗଲୁ।” ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆଶ୍ଚର୍ୟର ପରିବେଶ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ