ଏପ୍ରିଲ ୨୭ ସୁଦ୍ଧା ସମସ୍ତ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମିଳିବ ପୋଷାକ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୧୦|୪ : ଆସନ୍ତା ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ ହେବ । ଏନେଇ SOP ଜାରି ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଖରା ଛୁଟି ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଯୋଗାଇ ଦିଆଯିବ । ୧୨ ତାରିଖ ସୁଦ୍ଧା ଏଜେନ୍ସୀ ଚୟନ କରାଯାଇ ତାହା ପରେ ବଣ୍ଟନ ଆରମ୍ଭ କରାଯିବ । ଯେଉଁମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ, ସେମାନଙ୍କ ନାଁ ରେ ଯଦି କିଛି ଅଭିଯୋଗ ରହିଥାଏ ତେବେ ସେମାନଙ୍କ ନାମ କାଟି ଦିଆଯିବ ।
ଯେଉଁ ମାନଙ୍କ ନାଁରେ କିଛି ପ୍ରକାର ଅଭିଯୋଗ ନାହିଁ ସେମାନଙ୍କୁ ଏହି ପୋଷାକ ବଣ୍ଟନର ଦାୟିତ୍ୱ ଦିଆଯିବ । କିନ୍ତୁ କେବେ ସ୍କୁଲ ଛୁଟି ହେବ କିଛି ନିଷ୍ପତ୍ତି ହୋଇନି । ଖରାକୁ ଦେଖି ଠିକ ସମୟରେ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

