Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋରୁ ଚୋରାଚାଳାନ ଦୁଇ ପିକଅପ୍‌ ଭ୍ୟାନକୁ ନିଆଁ, ଗୋରୁମାନଙ୍କୁ ପ୍ରଥମେ ଉଦ୍ଧାର

ପୁରୀ, 11|4 : ପିପିଲି ଅଞ୍ଚଳରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାତଶଂଖ ନିକଟରେ ଆଜି ଭୋର ସମୟରେ ଏକ ଉତ୍ତେଜନାପୂର୍ଣ୍ଣ ଘଟଣା ଘଟିଛି । ପୁଲିସର ସୂଚନା ଅନୁସାରେ, ପ୍ରାୟ ରାତି ୩ଟା ବେଳେ ଦୁଇଟି ପିକଅପ୍‌ ଭ୍ୟାନକୁ ଲୋକେ ନିଆଁ ଲଗାଇଦେଇଥିଲେ । ଏହି ଭ୍ୟାନଗୁଡ଼ିକରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ ହେବାରୁ, ସ୍ଥାନୀୟ ଲୋକମାନେ ପ୍ରଥମେ ସମସ୍ତ ଗୋରୁକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ । ପରେ ଦୁଇଟି ଯାକ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା । ଖବର ପାଇ ପିପିଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ସେପର୍ଯ୍ୟନ୍ତ ଦୁଇଟି ଭ୍ୟାନ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାର ପ୍ରକୃତ କାରଣ ଖୋଜାଯାଉଛି । ଏହା ଗୋରୁ ଚୋରା ମାଫିଆ ଙ୍କ ସହ ସଂଯୋଗ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ