ପରଲୋକରେ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ
ଆଉ ଶୁଭିବନି ଆଶା ଭୋସଲେଙ୍କ କଣ୍ଠସ୍ୱର । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି । ଗତକାଲି (ଏପ୍ରିଲ ୧୧, ୨୦୨୬ ଶନିବାର) ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ହୃଦ୍ଘାତ ହୋଇଥିଲା ଏବଂ ସେ ଇମର୍ଜେନ୍ସି ମେଡିକାଲ୍ ସର୍ଭିସ୍ ୟୁନିଟରେ ଗତକାଲି ଭର୍ତ୍ତି ହୋଇଥିଲେ । ୧୪ ଭାଷାରେ ନିଜ କଣ୍ଠଦାନ କରିଛନ୍ତି ଆଶା ଭୋସଲେ । ‘ଚୁରା ଲିୟା ହୈ ତୁମ୍ନେ ଜୋ ଦିଲ୍ କୋ ‘, ‘ଅଭି ନା ଜାଓ ଛୋଡ଼ କର’,’ପିୟା ତୁ ଅବ୍ ତୋ ଆଜା’ ପ୍ରମୁଖ ଗୀତ ଏବେ ବି ଯୁବପିଢ଼ିଙ୍କୁ ମତୁଆଲା କରେ । ଆଶଙ୍କ ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ।

