Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପୋତିଦେଲା ସ୍ଵାମୀ; ପୁଅ କହିଦେଲା ସବୁ ସତ

ନବରଙ୍ଗପୁର, ୧୩ |୪: କୁହାଯାଏ ସ୍ୱାମୀ ଆଉ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ | ସ୍ତ୍ରୀ ସ୍ୱାମୀକୁ ଦେବତା ଭଳି ମାନି କେତେ ଉପାସ ବ୍ରତ କରିଥାଏ | କିନ୍ତୁ ଶେଷରେ ସେହି ସ୍ୱାମୀ ଦେବତାରୁ ରାକ୍ଷସ ପାଲଟିବା ପାଇଁ ମଧ୍ୟ ପଛାଏ ନାହିଁ | ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ବୋର୍ ଗାଁରେ | ଯେଉଁଠି ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ମାରି ନୃଶଂଶ ଭାବେ ପାଇଖାନା ଟାଙ୍କିରେ ପୋତି ଦେଇଛି | ତେବେ ମୃତକ ଜଣକ ହେଉଛନ୍ତି ମନେଇ ଗଣ୍ଡ ଏବଂ ଅଭିଯୁକ୍ତ ସ୍ୱାମୀ ହେଲେ ସୁବାସ ଗଣ୍ଡ। ଏବେ ହତ୍ୟା ଘଟଣାରେ ରାଇଘର ପୋଲିସ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖି ଜେରା କରୁଛି ।

ସୂଚନା ଅନୁସାରେ, ପରିବାରର ଅନ୍ୟ ସଦସ୍ୟ ମାନେ ଏକ ବାହାଘର ଭୋଜି ଖାଇବାକୁ ଯାଇଥିବା ବେଳେ ସୁବାସ ଗଣ୍ଡ ତାଙ୍କ ସ୍ତ୍ରୀକୁ ହତ୍ୟା କରିଛନ୍ତି | ଆଉ ହଟିଆପରେ ସ୍ତ୍ରୀ କୁଆଡେ ଚାଲିଯାଇଥିବାର ବାହାନା କରିଥିଲେ | ସେପଟେ ପିଲା ମାନେ ମାଆକୁ ନପାଇ ରାଇଘର ପୋଲିସକୁ ଖବର ଦେଇଥିଲେ । ସୂଚନା ରହିଛି ଯେ, କୌଣସି କାର୍ଯ୍ୟକ୍ରମ ସାରି ଘରକୁ ଫେରିବା ପରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଝଗଡା ଆରମ୍ଭ କରିଥିଲେ ସୁବାସ | ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ତୀବ୍ର ରୂପ ନେଇଥିଲା | ଶେଷରେ ସୁବାସ ସ୍ତ୍ରୀ ମନେଇକୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଊଛିଯେ, ହତ୍ୟା କରିବା ପରେ ଅଭିଯୁକ୍ତ ସୁବାସ ପ୍ରମାଣ ଲୁଚାଇବା ପାଇଁ ରଚିଥିଲା ଏକ ନୂଆ ଯୋଜନା | ପାଇଖାନା ଟାଙ୍କିରେ ପୋତି ସ୍ତ୍ରୀ କୁଆଡେ ପଳେଇଚି ବୋଲି କହି ଥିଲେ କିନ୍ତୁ ଅସଲ ମୁଖା ଖୋଲି ଦେଇଥିଲା ତାଙ୍କର ୪ ବର୍ଷର ପୁଅ |ପୁଅକ ବାପାର ଏଭଳି ଜଘନ୍ୟ କାଣ୍ଡ ବିଷୟରେ ସମସ୍ତ ପଡୋଶୀଙ୍କୁ କହିଦେଇଥିଲା ।

ତାହାପରେ ଗ୍ରାମବାସୀ ସୁବାସକୁ ପଚରାଉଚୁରା କରିବା ପରେ ସମସ୍ତ ଘଟଣା ପ୍ରକାଶ କରିଥିଲା । ଏହାପରେ ଗ୍ରାମାବାସୀ ପୋଲିସକୁ ସୂଚନା ଦେଇଥିଲେ | ଘଟଣା ସ୍ଥଳରେ ପହଞ୍ଚି ରାଇଘର ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ