Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମଭୋଇ ମେଡିକାଲରେ ଚୋରି କରି ଧରାପଡ଼ି ଲୋକଙ୍କଠୁ ଖାଇଲେ ମାଡ଼…

ବଲାଙ୍ଗୀର, 13|4 : ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାକୁ ନେଇ ଚିନ୍ତା ବଢୁଛି । ଅଭିଯୋଗ ଅନୁଯାୟୀ, କିଛି ନିଶାସେବନ କରୁଥିବା ଅସାମାଜିକ ଯୁବକ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ଟାର୍ଗେଟ୍ କରି ମୋବାଇଲ ଫୋନ ଓ ଟଙ୍କା ପଇସା ଚୋରି କରୁଥିଲେ । ଗତ ରବିବାର ଦିନ ହସ୍ପିଟାଲ ପରିସରରେ ଏକ ମୋବାଇଲ ଚୋରି ଘଟଣାରେ ଜଣେ ଯୁବକ ଲୋକଙ୍କ ହାତରେ ଧରାପଡିଥିଲେ । ତାଙ୍କୁ ଧରିବା ପରେ ଲୋକେ ଉତ୍ତେଜିତ ହୋଇ ହାତ ବାନ୍ଧି ମାଡ଼ ମାରିଥିଲେ ।

ଖବର ପାଇ ଲକ୍ଷ୍ମୀ ଜୋର୍  ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ସୂଚନା ଅନୁଯାୟୀ, ହସ୍ପିଟାଲର ସ୍ତ୍ରୀ ପ୍ରସୂତି ବିଭାଗରେ ଜଣେ ରୋଗୀ ତାଙ୍କ ମୋବାଇଲ ଚାର୍ଜରେ ରଖିଥିବା ବେଳେ ଚୋରି ଚେଷ୍ଟା କରିଥିଲା । ଠିକ ଏହି ସମୟରେ ସେ ଚୋର ଧରା ପଡିଯାଇଥିଲା । ଧରାପଡିଥିବା ଯୁବକଙ୍କ ନାମ ପ୍ରକାଶ ଭୋଇ, ତାଙ୍କ ବୟସ ୨୭ ବୋଲି ଜଣାପଡିଛି । ସେ ଲକ୍ଷ୍ମୀ ଜୋର୍  ଥାନା ଅଞ୍ଚଳର ରାଜେନ୍ଦ୍ରପଡାର ବାସିନ୍ଦା । ପୋଲିସ ତାଙ୍କୁ ପଚାରାଉଚରା ଜାରି ରଖିଥିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ