ରତ୍ନଭଣ୍ଡାର କୁ ପ୍ରବେଶ ପୂର୍ବରୁ ଅଦ୍ଭୁତ ଘଟଣା: ଛିଣ୍ଡିଗଲା ମାଆ ସୁଭଦ୍ରାଙ୍କ ଅଧରମାଳା!
ପୁରୀ, 14|4 : ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟାର ପ୍ରଥମ ଦିନରେ ଦେଖାଦେଲା ଏକ ଅଲୌକିକ ଘଟଣା । ଦୀର୍ଘ ୪୮ ବର୍ଷ ପରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ର ଗଣତି ଆରମ୍ଭ ହୋଇଥିବା ବେଳେ, ଏହା ପୂର୍ବରୁ ମାଆ ସୁଭଦ୍ରାଙ୍କ ଅଧରମାଳା ହଠାତ୍ ଛିଣ୍ଡିଯାଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ସୂଚନାନୁସାରେ, ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପୂର୍ବରୁ ଏହି ଘଟଣା ଘଟିଥିଲା । ଏହାକୁ ନେଇ ଅନେକ ଭକ୍ତ ଓ ସେବାୟତ ମାନେ ଏହାକୁ ଏକ ଦିବ୍ୟ ସଙ୍କେତ ବୋଲି ମନେ କରୁଛନ୍ତି । ମନ୍ଦିର ପରିସରରେ ଏହାକୁ ନେଇ ଆଲୋଚନା ଓ ଆସ୍ଥାର ପରିବେଶ ଦେଖିବାକୁ ମିଳିଛି । ଏହି ଐତିହାସିକ ଗଣତି ପ୍ରକ୍ରିୟା ଦୀର୍ଘ ବର୍ଷ ପରେ ଆରମ୍ଭ ହେବା ସହ ଏପରି ଘଟଣା ଘଟିବାରୁ ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଦେଇଛି । ଭକ୍ତମାନେ ଏହାକୁ ଦେବୀଙ୍କ ଇଚ୍ଛା ଓ ସନ୍ଦେଶ ଭାବେ ବ୍ୟାଖ୍ୟା କରୁଛନ୍ତି । ଏପର୍ଯ୍ୟନ୍ତ ଏହା ସମ୍ପର୍କରେ ମନ୍ଦିର ପକ୍ଷରୁ କୌଣସି ସ୍ପଷ୍ଟ ବ୍ୟାଖ୍ୟା ଆସିନଥିବା ବେଳେ, ଘଟଣାଟି ଭକ୍ତମାନଙ୍କ ମଧ୍ୟରେ ଭକ୍ତି ଓ ଚର୍ଚ୍ଚାକୁ ଆହୁରି ଗଭୀର କରିଛି ।

