Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜିନୀତି ନେଲା ଜୀବନ! ବିଜେପିକୁ ସମର୍ଥନ କରିବାରୁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ପଶ୍ଚିମବଙ୍ଗ, ୧୪ |୪ : ଓଡ଼ିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚକିତ କରିଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି | ଯେଉଁଠି ନିର୍ବାଚନରୁ ଏକ ଘରୋଇ ହିଂସା ଘଟିଛି । ସୂଚନା ଅନୁସାରେ ଉତ୍ତର ଚବିଶି ପ୍ରଗଣା ଜିଲ୍ଲାରେ ଜଣେ ଟିଏମସି ନେତାଙ୍କ ସ୍ତ୍ରୀ ବିଜେପିକୁ ସମର୍ଥନ କରିବା ନେଇ ତାଙ୍କ ସ୍ୱାମୀ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି |

ତେବେ ମୃତକ ମହିଳା ଜଣକ ହେଲେ ୨୭ ବର୍ଷୀୟା ଅଦୀପ୍ତା ଦାସ | ଗତ ରବିବାର ଦିନ ଅଦୀପ୍ତା ଦାସ ଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାପରେ ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ରାହୁଲ ଦାସ ଜଣେ ତୃଣମୂଳ କଂଗ୍ରେସ ନେତା ଅଟନ୍ତି । ରାହୁଲ ତାଙ୍କ ଘର ଲୋକଙ୍କ ସହିତ ମିଶି ପ୍ରଥମେ ଅଦୀପ୍ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଏବଂ ପରେ ଫାଶି ଦେଇଛନ୍ତି। ତେବେ ମୃତକ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବାରୁ ରାହୁଲ ଓ ତାଙ୍କ ପରିବାର ଏପରି ଅମାନବୀୟ କାଣ୍ଡ କରିଥିବା ଅଦୀପ୍ତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି।

ପରିବାରର ସଦସ୍ୟଙ୍କ କହିବା ଅନୁଯାୟୀ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି | ଏହାପୂର୍ବରୁ ମଧ୍ୟ ଅନେକଥର ପୀଡିତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତ୍ୟୁର ସ୍ପଷ୍ଟ କାରଣ ଜାଣିବା ନେଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ