ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ, ସଚେତନ କଲେ ଅଗ୍ନିଶମ ବିଭାଗ କର୍ମଚାରୀ।
କଳାହାଣ୍ଡି,୧୪/୦୪
୧୯୪୪ ଅପ୍ରେଲ ୧୪ ତାରିଖରେ ମୁମ୍ବାଇ ବିମାନ ବନ୍ଦରରେ ଫୋର୍ଟ ଷ୍ଟିକେନ ନାମକ ଏକ ମାଲବୋଝେଇ ଜାହାଜ ବିସ୍ଫୋରକ ଓ ଯୁଦ୍ଧ ଉପକରଣ ନେଇ ଆସୁଥିବା ବେଳେ ନିଆଁ ଲାଗି ଯାଇଥିଲା, ଏହି ନିଆଁ ଲିଭାଇବାକୁ ଯାଇଥିବା ୬୬ ଜଣ ଅଗ୍ନିଶମ କର୍ମଚାରୀ ଏହି ବିସ୍ଫୋରଣ ରେ ଜୀବନ ହରାଇଥିଲେ। ଏହି ସ୍ମୃତିକୁ କୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୪ ଅପ୍ରେଲ ରୁ ୨୦ ଅପ୍ରେଲ ପର୍ଯ୍ୟନ୍ତ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ଭାବେ ପାଳନ କରାଯାଉଛି। ଏହାକୁ ସମ୍ମାନ ଜଣାଇ ମଙ୍ଗଳବାର କୋକସରା ବ୍ଲକ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ସପ୍ତାହ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ ପାଳନ କରାଯାଇଛି। କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କୁ ସଚେତନ କରିଛନ୍ତି। ଏହି ସଚେତନତା ସୁରକ୍ଷା କାର୍ଯ୍ୟକ୍ରମ ରେ ସୁନୀଲ ରଞ୍ଜନ ବାର୍ଳା, ରାଧେଶ୍ୟାମ ପ୍ରଧାନୀ,ହେମନ୍ତ ନାଏକ, ଦିଗାମ୍ବର ଶବର,ଉମା ଶଙ୍କର ନାଏକ, ସତ୍ୟମ ଶିବମ ମାଝୀ ପ୍ରମୁଖ କର୍ମଚାରୀ ସାମିଲ ଥିଲେ।

