Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଈସୀମାରେ ଶୈବ ପୂଜକ ଜନ ଜାଗରଣ ସମାବେଶ : ପୂଜକମାନଙ୍କ ସାମାଜିକ ସୁରକ୍ଷା ଦାବି

ଅତାବିରା -ବରଗଡ଼ ଜିଲ୍ଲା ଗାଈସୀମା ସ୍ଥିତ ଶ୍ରୀଶ୍ରୀ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଅଷ୍ଟ ଶମ୍ଭୁ ଶୈବ ପୀଠ ମନ୍ଦିର ପ୍ରାଙ୍ଗଣରେ ରବିବାର ମଧ୍ୟାହ୍ନରେ ଉତ୍କଳ ଶିବଶକ୍ତି ପୂଜକ ସଂଘ, ଓଡ଼ିଶା ତରଫରୁ ଶୈବ ପୂଜକ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଗାଈସୀମା ସରପଞ୍ଚ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାବେଶ ରେ ଯୁଧିଷ୍ଠିର ମହାପାତ୍ର ସଂଯୋଜନା କରିଥିଲେ l ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ମୁଖ୍ୟ ଅତିଥି, ରାଜ୍ୟ କୋଷାଧକ୍ଷ ଆଚାର୍ଯ୍ୟ ନିରଞ୍ଜନ ରଣା, ଅନୁଗୁଳ ଜିଲ୍ଲା ମୁଖପାତ୍ର ପଣ୍ଡିତ ମିଥୁନ ମହାପାତ୍ର, ବଲାଙ୍ଗୀର, ପ୍ରଭାକର ଥାନାପତି, ଝାରସୁଗୁଡା ଜିଲ୍ଲା ଉପଦେଷ୍ଟା କୃଷଚନ୍ଦ୍ର ମହାପାତ୍ର ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ସଭାପତି ମଦନ ମହାପାତ୍ର, ସରଣ୍ଡା ଆଞ୍ଚଳିକ ସଭାର ସଭାପତି ପର୍ଶୁରାମ ମହାପାତ୍ର, ମହାସଭାର ସଭାପତି ଶିବ ମହାପାତ୍ର, ଧନୁଯାତ୍ରା ମହାମନ୍ତ୍ରୀ ନନ୍ଦିକିଶୋର ମହାପାତ୍ର, ଗାଈସୀମା ଆଞ୍ଚଳିକ ସଭାର ସଭାପତି ତୁଲାରାମ ମହାପାତ୍ର, ପ୍ରମୁଖ ମଞ୍ଚାସିନ ହୋଇ ଥନାପତି ଜାତି ସମାଜର ଶୈବପୂଜକଙ୍କୁ ଉଦବୋଧନ ଦେଇଥିଲେ l ରାଜ୍ୟ ସମ୍ପାଦକ ପ୍ରକାଶ ରଣା ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର ଙ୍କ ଆହ୍ୱାନ ରେ ଅନୁଷ୍ଠିତ ଏହି ସମାବେଶରେ ଶିବ ପୂଜକଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା l
ସନାତନ ଧର୍ମ,ଶିକ୍ଷା, ସଂସ୍କାର,ସଂସ୍କୃତି ଓ ଗୋ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏହି ପୂଜକ ସଂଘର ଶୈବ ଜନ ଜାଗରଣ ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୬୦ ରୁ ଉର୍ଦ୍ଧ୍ବ ଶୈବବିପ୍ର ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଅବସରରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ବୈଦିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ସେଥିରେ ହୋମ, ଯଜ୍ଞ, ବେଦ, ମନ୍ତ୍ର, ପୂଜାପାଠ ସଂପର୍କରେ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯିବା ଦାବି ପୂର୍ବକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ରାଜ୍ୟର ସମସ୍ତ ଶୈବ ମନ୍ଦିରଗୁଡିକରର ସାମୁହିକ ଉନ୍ନତି, ମନ୍ଦିର ବେଢାର ସୌନ୍ଦର୍ଯ୍ୟ କରଣ, ମନ୍ଦିରର ପୂଜାବିଧ ପାଇଁ ସ୍ଵତନ୍ତ୍ର ନୀତି ନିର୍ଦ୍ଧାରଣ ଏବଂ ପୂଜକମାନଙ୍କ ସାମାଜିକ ସୁରକ୍ଷା ପାଇଁ ଖୁବ୍ ଶୀଘ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ଉକ୍ତ ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା। ସମାଜରେ ନାରୀ ଶକ୍ତିକୁ ଜଡିତ କରି ସଂଗଠନ କୁ ମଜଭୁତ କରିବାକୁ ଶୁଶ୍ରୀ ସିନ୍ଧୁରାଣୀ ମହାପାତ୍ର ଉଦବୋଧନ ଦେଇ ସ୍ୱାଗତ ଭାଷଣ ପ୍ରଦାନ କରଥିବା ବେଳେ ଶୁଶ୍ରୀ ସୁନିତା ମହାପାତ୍ର ଉପସ୍ଥିତ ଶୈବବିପ୍ରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶିବ ବାବାଙ୍କ ମୂର୍ତ୍ତି ସ୍ଥଳରେ ପୂଜାପାଠ କରାଯାଇଛି ଦୀପ ପ୍ରଜ୍ଜଳନ କରାଯାଇ ସମାବେଶ କୁ ଉଦଘାଟନ କରାଯାଇଛି ଶରୀର ଦାନ କରି ସମାଜ ଗୌରାନ୍ୱିତ କରିଥିବା ସ୍ବର୍ଗତ ଆଦିତ୍ୟ ମହାପାତ୍ର ଙ୍କ ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶୈବବିପ୍ରମାନେ ସହଯୋଗ କରିଥିଲେ ।