Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ବଢ଼ିବ ଲୋକସଭା ଏବଂବିଧାନସଭା ସିଟ!

ଭୁବନେଶ୍ୱର, ୧୫ | ୪ : ଓଡ଼ିଶାରେ ୧୧ ଲୋକସଭା ଆସନ ବଢିବାକୁ ଯାଉଛି । ଏହାସହିତ ବଢିବ ୭୪ ବିଧାନସଭା ଆସନ! | ଏନେଇ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି | କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ଅନୁଯାୟୀ, ସବୁ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ | ଏଥିପାଇଁ ଆସିପାରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଡିଲିମିଟେସନ୍ ବିଲ୍ | ଯାହା ଗୁରୁବାର ଦିନ ଆସିପାରେ ବୋଲି ଅନୁମାନ ରହିଛି । ଯଦି ଆସନ ସଂଖ୍ୟା ବୃଦ୍ଧି ହୁଏ ତେବେ ଏହି ଅନୁସାରେ ଦେଶରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇବା ସହିତ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବୃଦ୍ଧି ହେବ । ସେହିପରି ବିଧାନସଭା ଆସନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ | ଏହାସହିତ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ୨୨୦ କିମ୍ବା ୨୨୧ ବଢିପାରେ । ତେବେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବରେ, ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ଏପ୍ରିଲ ୧୬ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ସ୍ବତନ୍ତ୍ର ଅଧିବେଶନ | ଯେଉଁଥିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ଏକ ବିଲ ଆସିବାର ରହିଛି | ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ଆଇନ ଲାଗୁ ହେବ ନେଇ ବିଲ ପାସ ହୋଇପାରେ । ତେବେ ୨୦୧୧ ଜନଗଣନା ଆଧାରରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା, ଡିଲିମିଟେସନ୍ କମିସନ୍‌ ଗଠନ କରିବା ପାଇଁ ଏହି ବିଲ୍‌ରେ ନିୟମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ