Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ!

ବିହାର,୧୫।୪: ବିଜେପିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି | ଏହାସହିତ ବିହାରର ରାଜନୀତିରେ ସୃଷ୍ଟି ହୋଇଛି ଐତିହାସିକ ରେକର୍ଡ | ସେ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ତେବେ ବିହାରରେ ସବୁବେଳେ ‘ଏନଡିଏ’ ର ଶାସନ ଚାଲି ଆସିଥିଲା | ଆଉ ଅନେକ ବିଜେପି ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବରେ ‘ଏନଡିଏ’ ଅଧୀନରେ ରହି କାର୍ଯ୍ୟ କରିଛନ୍ତି | କିନ୍ତୁ ପ୍ରଥମ ଥର ପାଇଁ ସମ୍ରାଟ ଚୌଧୁରୀ ବିଜେପିରୁ ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରିପୋର୍ଟ ଅନୁସାରେ , ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି | ଏହାସହିତ ଜନତା ଦଳ ୟୁନାଇଟେଡର ଦୁଇ ବରିଷ୍ଠ ନେତା, ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟତର ଏବଂ ବିଶ୍ୱସ୍ତ ସହଯୋଗୀ ଭାବରେ ବିବେଚନା କରାଯାଏ। ଏମିତିରେ ଆଗାମୀ ଦିନରେ ମନ୍ତ୍ରୀ ମଣ୍ଡଳର ବିସ୍ତାର ହେବାର ରହିଛି | କ୍ୟାବିନେଟ ବିସ୍ତାର ହେବା ପରେ ତା’ପରେ ବିଭିନ୍ନ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ।

ତେବେ ବିହାରରେ ‘ଏନଡିଏ’ କ୍ଷମତାରେ ଥିବା ସମୟରେ ବିଜୟ ଚୌଧୁରୀ ମନ୍ତ୍ରୀ ଏବଂ ବିଧାନସଭାର ବାଚସ୍ପତି ଭଳି ପଦବୀରେ ରହିଥିଲେ । ଅନ୍ୟପଟେ, ବିଜେନ୍ଦ୍ର ଯାଦବ ଏନଡିଏ ଶାସନ ସମୟରେ ଜଣେ ବରିଷ୍ଠ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଉଲ୍ଲେଖଯୋଗ୍ୟ ,ଗତକାଲି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି | ସେ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ତାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ