Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେଗିଗୁଡ଼ା ପଦରପଡାରେ ଅଷ୍ଟପ୍ରହର ନାମଯଜ୍ଞ ନିମିତ୍ତ ଭବ୍ୟ କଳସ ଯାତ୍ରା ଆୟୋଜିତ

କଳାହାଣ୍ଡି,୧୬/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନେଗିଗୁଡ଼ା ପଦରପଡାରେ ଅଷ୍ଟପ୍ରହର ନାମଯଜ୍ଞ ଅବସରରେ ଏକ ଭବ୍ୟ କଳସ ଯାତ୍ରା ବୁଧବାର ଆୟୋଜିତ ହୋଇଯାଇଛି।
ଏହି ଅନୁଷ୍ଠାନର କର୍ତ୍ତା ଭାବେ ହରେକୃଷ୍ଣ ଦାସ ଓ ତାଙ୍କ ପତ୍ନୀ ରମ୍ଭା ଦାସ ଦାୟିତ୍ୱ ନିବାହ କରିଥିଲେ। ପୂଜା କାର୍ଯ୍ୟରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀଙ୍କ ସହ ପ୍ରଶାନ୍ତ ତିୱାରୀ, ମିଥଲେଶ ତିୱାରୀ, ଧ୍ରୁବ ତିୱାରୀ ଓ ମୋହନ ତିୱାରୀ ସହଯୋଗ କରିଥିଲେ।
ଅଷ୍ଟ ପ୍ରହର ନାମଯଜ୍ଞ କମିଟିର ସଭାପତି ବାଲ୍ମିକୀ ବାଗଙ୍କ ନେତୃତ୍ୱରେ ଉପସଭାପତି ବିଶେଶ୍ୱର ଗୋପାଳ, ସମ୍ପାଦକ ତୁଷାର ଗୋପାଳ, ସହ ସମ୍ପାଦକ ତ୍ରିଲୋଚନ ଗହୀର ଓ କୋଷାଧ୍ୟକ୍ଷ ଅମୃତ ଲାଲ ପୁଝାରୀ ସହିତ ଅନ୍ୟାନ୍ୟ ସଦସ୍ୟ ତୁଳସୀ ରାମ ଗୋପାଳ, କ୍ଷମା ସାଗର ବାଗ, ଧନବଳ ନାଗ, କ୍ଷୀରସିନ୍ଧୁ ଦାସ, ଦେବେନ୍ଦ୍ର ଦାସ ଓ ହେତୁରାମ ନାଗ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଇଥିଲେ।ଗୁରୁବାର ନାମ ଆରମ୍ଭ,ଶୁକ୍ରବାର ନାମ
ସମାପନ ହେବା ସହିତ ଦଧି ହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୂତି କାର୍ଯ୍ୟ ସମ୍ପନ୍ନ ହେବ। ଏହି ଯଜ୍ଞ ରେ ଅଷ୍ଟ ପ୍ରହର ବ୍ୟାପି ଅହରହ ମହମନ୍ତ୍ର ଗାନ ପାଇ ପ୍ରମୁଖ ୬ ଟି ସଙ୍କୀର୍ତ୍ତନ ଦଳ ଙ୍କୁ ନିମନ୍ତ୍ରିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ