Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ଗ୍ରାମ ରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ “ଅମୃତ ଧାରା”ଲୋକାର୍ପିତ।

କଳାହାଣ୍ଡି,୧୬/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମ ପଞ୍ଚାୟତ ଟେମରା ଗ୍ରାମ ରେ ପଞ୍ଚାୟତ ଅନୁଦାନ ରୁ ଏକ ପାନୀୟ ଜଳ ପ୍ରକଳ୍ପ”ଅମୃତ ଧାରା”ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସଚେତନ ନାଗରିକ ସୁଧୀର କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିଦ ଅଶୋକ କୁମାର ଦାସ, ସମିତି ସଭ୍ୟା ଅନୁସୂୟା ମାଝୀ, ନାଏବ ସରପଞ୍ଚ ପୂର୍ଣ୍ଣିମୀ ମାଝୀ,ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର କୁମାର ନାଏକ,ସିର୍ଲିଗୁଡା ୱାର୍ଡ ସଭ୍ୟ ଚୌଧୁରୀ ଦୁର୍ଗା,ଚକାଡୋଳା ପାତ୍ର, କମଣ୍ଡଳ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ଓ ଗ୍ରାମବାସୀ ଙ୍କ ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ପଞ୍ଚାୟତ ର ଏହି ପ୍ରକଳ୍ପ ଲୋକାର୍ପିତ ପାଇଁ ଉପସ୍ଥିତ ଅତିଥିମାନେ ପଞ୍ଚାୟତ ଜନ ପ୍ରତିନିଧି ଓ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରକଳ୍ପ ଲୋକାର୍ପଣ ଅବସରରେ ପିଇଓ ଗୌତମ ନାଗ,ଏଡିଓ ନିମାଇଁ ଧଙ୍ଗଡା ମାଝୀ, ସହଯୋଗୀ ଦୁଷ୍ମନ୍ତ କୁମାର ପାତ୍ର, କ୍ଷୀରସିନ୍ଧୁ ହଂସ,ପ୍ରସନ୍ନ ଦଳପତି,ଲଳିତ ସତନାମୀ, ଲୋକନାଥ ପାତ୍ର, ବୃନ୍ଦାବନ ସତନାମୀ,ଚୁମନ ପାତ୍ର,ଲାଲ ନାଏକ, ପର୍ଶୁରାମ ଦାସ ସମେତ ଟେମରା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories