Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ।୯୯.୨% ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର…

କଳାହାଣ୍ଡି,୧୬/୦୪
ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଧର୍ମଗଡ଼ ଏଲ୍ ନିସି ମିଶନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବେଳେ ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ(ଦିବ୍ୟମ୍) ୯୯.୨% ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇ ଧର୍ମଗଡ଼ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି।ମାଷ୍ଟର ସ୍ୱୟାଂଶୁ ଶ୍ରେଷ୍ଠ ୫ ବିଷୟ ମଧ୍ୟରୁ ସର୍ବାଧିକ ନମ୍ବର ରଖିଛନ୍ତି। ସହିଦ୍ ଦିଲ୍ଲୀପ କୁମାର ସାହୁ ଓ ଶିକ୍ଷୟିତ୍ରୀ ସାରଦା ସାହୁ ଙ୍କ ର ପୁଅ ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ ସଂପ୍ରତି ଧର୍ମଗଡ଼ ରେ ଅଜା ଚନ୍ଦ୍ରଧ୍ଵଜ ସାହୁ ଓ ଆଈ ପଙ୍କଜିନୀ ସାହୁ ଙ୍କ ପାଖରେ ରହି ଅଧ୍ୟୟନ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭବିଷ୍ୟତରେ ସେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ ରଖିଛନ୍ତି ବୋଲି କୃତି ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ(ଦିବ୍ୟମ୍) ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ