ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲକ୍ଷ୍ମୀ ବିକାଶ ଛାତ୍ର ଛାତ୍ରୀଙ୍କ ସଫଳତା।
କଳାହାଣ୍ଡି,୧୬/୦୪
ସଦ୍ୟ ପ୍ରକାଶିତ ସିବିଏସଇ ଦଶମ ଶ୍ରେଣୀ (ଏଆଇଏସଏସଇ -୨୦୨୬ )ବୋର୍ଡ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ରେଜଲ୍ଟ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀରେ ମୋଟ ୨୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯ ଜଣ ଛାତ୍ରଛାତ୍ରୀ ୯୫ % ରୁ ଉର୍ଦ୍ଧ୍ବ , ୩୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୬୨ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି | ଅନୁଷ୍ଠାନର ଛାତ୍ର ଆବିର୍ଭାବ ପୁରୋହିତ ୯୮.୬ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି ।ଚଳିତ ବର୍ଷ (ଏଆଇଏସଏସଇ -୨୦୨୬ )ବୋର୍ଡ ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ଭବାନୀପାଟଣାର ଉତ୍କୃଷ୍ଟ ଧରଣର ରେଜଲ୍ଟ ହୋଇଛି ଓ ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି | ଅନେକ ଅଭିଭାବକ ଅନୁଷ୍ଠାନ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଚ୍ଚ ପ୍ରସଂଶା ପୂର୍ବକ ଖୁସି ବ୍ୟକ୍ତ କରିଛନ୍ତି | ଦଶମ ବୋର୍ଡ ପରୀକ୍ଷା ଦେଇଥିବା ସର୍ବ ମୋଟ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୪.୨୪ ପ୍ରତିଶତ ୯୫ % ରୁ ଊର୍ଦ୍ଧ୍ଵ ନମ୍ବର ରଖିଛନ୍ତି , ୧୫.୫୬ ପ୍ରତିଶତ ୯୦ % ରୁ ଉର୍ଦ୍ଧ୍ହ ନମ୍ବର ରଖିଥିବା ବେଳେ ୭୬.୪୧ ପ୍ରତିଶତ ଛାତ୍ର ପ୍ରଥମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି |ଏହି ଅବସରରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଅନୁଷ୍ଠାନ ତରଫରୁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା | ଛାତ୍ର ଛାତ୍ରୀଙ୍କ ଏହି ସଫଳତାରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଚେୟାରମ୍ୟାନ ଡି ନାଗେଶ୍ଵର ରାଓ, ନିର୍ଦ୍ଦେଶକ ଡି ଶ୍ୟାମ, ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଶିକ୍ଷା ଜଗତରେ ‘ବିକାଶ’ ଏକ ବହୁ ପରିଚିତ ନାମ ଏବଂ ଛାତ୍ର ଛାତ୍ରୀଙ୍କୁ ସର୍ବଦା ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ସହ ବିଦ୍ୟାର୍ଥୀଙ୍କ ସାମଗ୍ରିକ ଉନ୍ନତି ଦିଗରେ ତତ୍ପର | ତେଣୁ ଆଗାମୀ ଦିନରେ ବିଦ୍ୟାର୍ଥୀଙ୍କ ପାସ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବା ସହ କଳାହାଣ୍ଡି ଜିଲ୍ଲାର ଗୌରବ ବୃଦ୍ଧି ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଦୃଢୋକ୍ତି ପ୍ରକାଶ କରିଅଛନ୍ତି |

