Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଇଚନ ଶବର ମେମୋରିଆଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜମରା ଦଳ ଚମ୍ପିୟାନ।

କଳାହାଣ୍ଡି,୧୭/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତୁନଗାଁ ଠାରେ ଲଇଚନ ଶବର ମେମୋରିଆଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବିଜମରା ବନାମ ବଡ଼ ପୁଝାରିଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମଣ ଶବର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ରାମେଶ୍ୱର ପୁଝାରି, ପରମେଶ୍ବର ବେମାଲ,ଧବଳେଶ୍ବର ଶବର, ମଣି ରାମ ଶବର, ପ୍ରେମ ଲାଲ ଶବର ଯୋଗଦେଇ ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ କୁ ଅମ୍ପିୟାର ଭାବେ ବନମାଳୀ ପାଣିଗ୍ରାହୀ, କ୍ଷେତ୍ର ଶବର ପରିଚାଳନା କରିଥିଲେ। ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ବଡ଼ ପୁଝାରି ଗୁଡା କୁ ହରାଇ ବିଜମରା କ୍ରିକେଟ ଟିମ ମ୍ୟାଚ ଚମ୍ପିୟାନ ହୋଇଥିଲା। ଉପସ୍ଥିତ ଅତିଥିମାନେ ରନର୍ସ ଅପ ଓ ଚମ୍ପିୟାନ ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ତୁନଗାଁ କ୍ରିକେଟ ଆସୋସିଏସନ ପକ୍ଷରୁ ନବୀନ ଶବର, ଚୁଡା ଶବର,ବିରେନ୍ଦ୍ର ଶବର,ଜଗଦୀଶ ଶବର,ସୁରେନ୍ଦ୍ର ଶବର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ