Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣ୍ଡର-୧୬ ଡିଉଜ ବଲ ବନ୍ଧୁତ୍ୱ କ୍ରିକେଟ୍ ମ୍ୟାଚ୍: ଦଣ୍ଡପାଟ ଦଳର ବିଜୟ।

କଳାହାଣ୍ଡି,୨୦/୦୪
କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ଅଣ୍ଡର-୧୬ ଡିଉଜ ବଲ ବନ୍ଧୁତ୍ୱ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଯାଇଛି। ଏହି ମ୍ୟାଚ୍ ଧର୍ମଗଡ ମା ଭଣ୍ଡାର ଘରଣୀ କ୍ରିକେଟ୍ କ୍ଲବ୍ ଓ ଦଣ୍ଡପାଟ ମା ଦନ୍ତେଶ୍ୱରୀ କ୍ରିକେଟ୍ କ୍ଲବ୍ ମଧ୍ୟରେ ଖେଳାଯାଇଥିଲା।
ଟସ୍ ଜିତି ଧର୍ମଗଡ ଦଳ ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଦଣ୍ଡପାଟ ଦଳ ୧୬.୪ ଓଭରରେ ୪ ଉଇକେଟ ବିନିମୟ ରେ ୧୩୬ ରନ୍ କରି ମ୍ୟାଚ୍‌ଟିକୁ ଜିତିନେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ପେନାଲ୍ ଏମ୍ପାୟାର ତେଜନ କୁମାର ଦୁର୍ଗା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଭୂପେଶ ତିୱାରୀ ଉପସ୍ଥିତ ଥିଲେ।
ମ୍ୟାଚ୍ ପୂର୍ବରୁ ପୂଜା କାର୍ଯ୍ୟ ମା ଦନ୍ତେଶ୍ୱରୀଙ୍କ ପୂଜକ ସାହିଲ ନାଏକଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହି ମ୍ୟାଚ୍‌ରେ ଏମ୍ପାୟାର ଭାବେ ସୁରେଶ ପଟେଲ ଓ ବିରଞ୍ଚି ନାଏକ କାର୍ଯ୍ୟ ନିର୍ବାହ କରିଥିଲେ, ସ୍କୋରର ଭାବେ ରାହୁଲ ନାଏକ ଦାୟିତ୍ୱ ନେଇଥିଲେ।ମା ଦନ୍ତେଶ୍ୱରୀ ଡିଉଜ ବଲ କ୍ରିକେଟ୍ କ୍ଲବର ସଭାପତି ଗଗନ ନାଏକଙ୍କ ସହ ରିଙ୍କୁ ନାଏକ, ସଞ୍ଜୀବ ଗୋପାଳ, ସୋମ୍ୟ ରଞ୍ଜନ ସାହୁ, ତିଲଚନ ନାଏକ, କିରଣ ପାଣିଗ୍ରାହୀ,ଝସକେତନ ପଟେଲ ଓ ବରିଷ୍ଠ ସଦସ୍ୟ ରଜନୀ ନାଏକ, ଅଜୟ ପଣ୍ଡା ଆଦିଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।ଅଞ୍ଚଳରେ ପ୍ରଥମ ଥର ପାଇଁ ଡିଉଜ ବଲରେ ମ୍ୟାଚ୍ ଆୟୋଜନ ହେଉଥିବାରୁ ପ୍ରବଳ ଖରା ସତ୍ତ୍ୱେ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଥିଲା ଓ ସେମାନେ ମ୍ୟାଚ୍‌ଟିକୁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ