ବିଜୁ ଏକ୍ସପ୍ରେସ ୱେ ପର୍ଲା ନିକଟରେ ଟାଟା ଇଣ୍ଡିଗୋ ଗାଡି ଦୁର୍ଘଟଣା ଦମ୍ପତି ଗୁରୁତର ।
କଳାହାଣ୍ଡି,୨୦/୦୪
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍, ପର୍ଲା ବିଜୁ ଏକ୍ସପ୍ରେସ ନିକନରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଚାନ୍ଦାହାଣ୍ଡି, ଡଙ୍ଗରିଗୁଡ଼ା ଗ୍ରାମର ସୁଶାନ୍ତ ଗଉଡ଼ (୪୦) ଓ ତାଙ୍କ ସ୍ତ୍ରୀ ଏକ ଟାଟା ଇଣ୍ଡିଗୋ ଗାଡ଼ିରେ ଆମପାଣି ପଟରୁ ଧର୍ମଗଡ ଅଭିମୁଖେ ଯାଉଥିଲେ। ବିଜୁ ଏକ୍ସପ୍ରେସ ୱେ ମିର୍ଜାପୁର ଅତିକ୍ରମ କଲା ପରେ ପର୍ଲା ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଗାଡ଼ିରେ ଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଦମ୍ପତି ଙ୍କୁ ଏକ ଅଟୋ ଯୋଗେ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ଦମ୍ପତି ଙ୍କ ଅବସ୍ଥା ସଂକାତାପନ୍ନ ରହିଥିବା ସୂଚନା ମିଳିଛି।

