ପେନସନ ଗ୍ରାହୀ ସଙ୍ଘ ପକ୍ଷରୁମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ।
କଳାହାଣ୍ଡି,୨୧/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ।ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ୯ ଦଫା ସମ୍ବଳିତ ଦାବିପତ୍ର କୋକସରା ବିଡ଼ିଓ ଙ୍କ ଜରିଆରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ପେନସନ ଗ୍ରାହୀ ସଙ୍ଘ ର ବ୍ଲକ ସଭାପତି ଲକ୍ଷ୍ମଣ ଶବର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୋକସରା ବିଡ଼ିଓ ଙ୍କ ଅନୁପସ୍ଥିତ ଥିବାରୁ ମୁଖ୍ୟ କିରାଣୀ ଓ ହିସାବ ରକ୍ଷକ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପେନସନ ଗ୍ରାହୀ ସଙ୍ଘ ର ପ୍ରମୁଖ ଦାବି ମଧ୍ୟରେ କେନ୍ଦ୍ର ଅନୁରୂପ ରାଜ୍ୟ ପେନସନର ମାନଙ୍କୁ ଚିକିତ୍ସା ଭତ୍ତା, କ୍ୟାସଲେଶ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ,ପିଜି/ପିଏ ବିଭାଗ ର ପୁନଃ ସ୍ଥାପନ,ଏନପିଏସ, ୟୁପିଏସ ପେନସନ ବଦଳ ରେ ପୁରୁଣା ସ୍ଥିତିକୃତ ପେନସନ(ଓପିଏସ) ଲାଗୁ, ସର୍ବନିମ୍ନ ପେନସନ କେନ୍ଦ୍ର ଅନୁରୂପ ୯ ହଜାର କରିବାଓ କ୍ବାଲିଫାଇଙ୍ଗ ସର୍ଭିସ ୨୦ ବର୍ଷ କୁ ହ୍ରାସ କରିବା,୬୫ ବର୍ଷ ପରେ ଅତିରିକ୍ତ ପେନସନ ପ୍ରଦାନ, କମ୍ୟୁଟେସନ ଦେୟ ର ଅବଧି ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ୮ ମାସ କୁ ହ୍ରାସ କରିବା,ଭୁବନେଶ୍ୱର ଠାରେ ପେନସନର ମହାସଂଘ କୁଠାରେ ସରକାରୀ ବାସଗୃହ ଯୋଗାଣ, କୋଭିଡ ମହାମାରୀ ସମୟର ୧୮ମାସ ବକେୟା ମହଙ୍ଗା ଭତ୍ତା ପ୍ରଦାନ, ଆମ ବସ ଭଳି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବସ ରେ ରିହାତି ଭଳି ଦାବି ପ୍ରମୁଖ ରହିଛି।ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ସମ୍ପାଦକ ଶ୍ରୀନିବାସ ପ୍ରଧାନୀ,ଗରୁଡ଼ଧ୍ଵଜ ମାଝୀ, ମିନିକେତନ ପ୍ରଧାନୀ,ମୁକ୍ତେଶ୍ଵର ପଟ୍ଟନାୟକ,ଗଗନେଶ୍ବର ସତନାମୀ, ଗୁଣନିଧି ବାଗ,ଧନେଶ୍ୱର ପଣ୍ଡା, ଦୁର୍ଗା ଚରଣ ଚିନ୍ଦା,କେଶବ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

