କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ନିର୍ଦେଶକ ଙ୍କ ଉଦ୍ଦେଶ୍ୟ ରେ ୮ ଦଫା ସମ୍ବଳିତ ଦାବିପି ପ୍ରଦାନ।
କଳାହାଣ୍ଡି,୨୧/୦୪
ନିଖିଳ ଉତ୍କଳ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏୟୁପିଟିଏଫ) ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓଡିଶା ସରକାରଙ୍କ ଉଦ୍ଧେଶ୍ୟରେ ଶିକ୍ଷକ ସଂଘ ର ବିଭିନ୍ନ ସମସ୍ୟା କୁ ନେଇ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।ମଙ୍ଗଳବାର ଏନେଇ ଶିକ୍ଷକ ସଂଘ ସଭାପତି ବିର କିଶୋର ନାଗ ଙ୍କ ନେତୃତ୍ୱରେ କୋକସରା ବ୍ଲକ ଗସ୍ତରେ ଆସିଥିବା ରାଜ୍ୟ ଶିକ୍ଷା ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁଇଁୟା ଙ୍କୁ ସଙ୍ଘ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଦାବିପତ୍ର ପ୍ରଦାନ କରାଯାଇଛି।
ଶିକ୍ଷକ ସଙ୍ଘ ପ୍ରମୁଖ ଦାବି ମଧ୍ୟରେ କାର୍ଯ୍ୟରତ ଶିକ୍ଷକ ଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ କାର୍ଯ୍ୟକାଳ କୁ ଗଣନା କରି ୬ ଗୋଟି ଇନକ୍ରିମେଣ୍ଟ ପ୍ରଦାନ, ଶିକ୍ଷକ ଙ୍କୁ ୪୨୦୦ ଟଙ୍କା ଗ୍ରେଡପେ ପ୍ରଦାନ, ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ୟୁପି ସ୍କୁଲ ରେ ଜଣେ ଲେଖାଏଁ ଶିକ୍ଷୟିତ୍ରୀ ନିଯୁକ୍ତି ବାଧ୍ୟତାମୂଳକ, କୋକସରା ବିଇଓ କାର୍ଯ୍ୟାଳୟ ରେ ଖାଲି ପଡିଥିବା ଏବିଇଓ ଓ କିରାଣୀ ପଦବୀ ଶୀଘ୍ର ପୂରଣ, ଶିକ୍ଷକ ଙ୍କ ଯୋଗ୍ୟତା ଅନୁଯାୟୀ ପଦୋନ୍ନତି, ଏକ୍ସ କେଡର ଶିକ୍ଷକ ଙ୍କୁ ନିୟମିତ କ୍ୟାଡର ରେ ସାମିଲ ସହ ସମସ୍ତ ସରକାରୀ ସୁବିଧା ଯୋଗାଇବା ଓ କଳା ଓ କ୍ରୀଡା ଶିକ୍ଷକ ଙ୍କୁ ନିୟମିତ କରିବା ଓ ପ୍ରତି ୟୁପି ସ୍କୁଲ ରେ କଳା ଓ କ୍ରୀଡା ଶିକ୍ଷକ ପଦବୀ ସୃଷ୍ଟି କରି ସ୍ଥାୟୀ ନିଯୁକ୍ତି ଦେବାକୁ ଏହି ଦାବିପତ୍ର ମାଧ୍ୟମରେ ଶିକ୍ଷକ ସଂଘ ଦାବି ଉପସ୍ଥାପନ କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ଶିକ୍ଷକ ଲିଙ୍ଗରାଜ ନାଏକ, ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାଏକ, ସମ୍ପାଦକ ଦିଳିପ କୁମାର ସାହୁ,ଜିଲ୍ଲା ଯୁଗ୍ମ ସଂପାଦକ ସୁବାଷ ଚନ୍ଦ୍ର ବାଗ,ସୁମନ ଅର୍ପିତ ପଣ୍ଡା,ସନ୍ତୋଷ ସ୍ୱାଇଁ,ଅଭିନାଶ ଜେନା, ଦିପକ ଧିର,ରତିକାନ୍ତ ମହାରଣା, ଉମାକାନ୍ତ ସତନାମି ,ଇଶ୍ୱର ,ସୁମନ୍ତ ଠାକୁର, ଦୟାସାଗର ଘି,ଗୌରଚନ୍ଦ୍ର ଶବର, ମଣିରାମ ମାଝୀ ବନ୍ଦିତା ଦାସ,ଗୀତାଞ୍ଜଳି ଶବର, ସୁଷମା ନାଏକ ପ୍ରମୁଖ ସଙ୍ଘ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

