ଟେମରା ଠାରେ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଉଦଘାଟିତ।
କଳାହାଣ୍ଡି,୨୩/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଛକ ନିକଟରେ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ପଞ୍ଚାୟତ ସିଏଫସି ଅନୁଦାନ ରେ ୩ ଲକ୍ଷ ବ୍ୟୟ ଅଟକଳ ରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ଆଜି ଉଦଘାଟନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସମାଜସେବି ସୁଧୀର କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମୁଖ୍ୟ ବକ୍ତା ଭାବେ କୋକସରା ପ୍ରାଣୀ ଚିକିତ୍ସାଳୟ ଡ଼ାକ୍ତର ପ୍ରସନ୍ନ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଅନୁସୂୟା ମାଝୀ, ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀ, ସିର୍ଲିଗୁଡା ୱାର୍ଡ ସଭ୍ୟ ଚୌଧୁରୀ ଦୁର୍ଗା, ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ମହିମା ଗ୍ରାପ ସମିତି ସଭ୍ୟ ଘନଶ୍ୟାମ ନାଏକ,ସାମ୍ବାଦିକ ସନତ କୁମାର ପ୍ରଧାନୀ,ସଚେତନ ଚାଷି କୈଳାସ ଚଳାନ ପ୍ରମୁଖ ଉପସ୍ଥିତ ରହି ନବ ନିର୍ମିତ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର କୁ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ ଏହି କେନ୍ଦ୍ର ଆରମ୍ଭ ହେବା ଫଳରେ ଟେମରା ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମ ର ଗୋ ସମ୍ପଦ,ଗୃହ ପାଳିତ ପଶୁପକ୍ଷୀ ଙ୍କ ସୁରକ୍ଷା ସହ ସେମାନଙ୍କ ସେବାଜତ୍ନ ଓ ଚିକିତ୍ସା ରେ ସହାୟକ ହେବ ବୋଳି ମତ ପ୍ରକାଶ ପାଇଥିଲା। ମଞ୍ଚ ପରିଚାଳନା ରେ ରମେଶ ହଂସ ସହଯୋଗ କରିଥିବା ବେଳେ ଟେମରା ପ୍ରାଣୀଧନ ପ୍ରଯୁକ୍ତବିଦ ଜୟରାମ ପୁଝାରି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହା ବ୍ୟତୀତ ଗୋତମୁଣ୍ଡା, ରେଙ୍ଗାଳପାଲି,ଗମ୍ଭାରୀଗୁଡା,ମୋଟେର
ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ରପ୍ରାଣୀଧନ ପ୍ରଯୁକ୍ତବିଦ ସମେତ ସ୍ଥାନୀୟ ଅଞ୍ଚଳ ର ମତ୍ସ ଚାଷି ଶ୍ୟାମ ସୁନ୍ଦର ନାଏକ,ଦୁଷ୍ମନ୍ତ କୁମାର ପାତ୍ର, କୁମୁଦ ଚନ୍ଦ୍ର ପାତ୍ର, କ୍ଷୀରସିନ୍ଧୁ ହଂସ,ଗିରିଧର ହଂସ କାର୍ଯ୍ୟକ୍ରମ ଟେମରା ପଞ୍ଚାୟତ ର ଗୋଚାଷି,ଛେଳି ଚାଷି,ମତ୍ସ୍ୟ ଚାଷି ମାନେ ଉପସ୍ଥିତ ରହିଥିଲେ।

