Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ

ବାଲିଗୁଡା, ତା,୨୩/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି I ଘଟଣା ରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର ଗୋକୁଳାନନ୍ଦ ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ,(୪୩) ପୂର୍ବରୁ ତିନୋଟି ଚୋରି ମାମଲାରେ କେଶ ନଂ.୧୫୮/୧୮ ଜି. ଉଦୟଗିରି ଥାନା, ୪୯୬/୧୮ ବାଲିଗୁଡା ଥାନା, ୨୦୪/୨୦ ହିଞ୍ଜିଳିକାଟୁ ଥାନାରେ ଅଭିଯୁକ୍ତ ହୋଇ ପୋଲିସ ହାତରୁ ଖସି ଫେରାର ଥିଲେ I ଗୁରୁବାର ଟିକାବାଲି ପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ଏଏସଆଇ ଅବନୀ ପ୍ରଧାନ ଓ ପଞ୍ଚାନନ ମଲିକ ସହଯୋଗରେ ସଦଳବଳ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ