Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳୁଛି ସାରା ଓଡ଼ିଶା, କାଲିଠୁ ସ୍କୁଲ ଛୁଟି?

ବର୍ତ୍ତମାନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ଖରା ଯୋଗୁଁ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଆଉ କିଛି ସ୍କୁଲରେ ପାଠପଢ଼ା ଚାଲିଛି। ଏହାରି ମଧ୍ୟରେ ସରକାର ସ୍କୁଲ ଛୁଟି ନେଇ ଚିନ୍ତା କରୁଛନ୍ତି। ଖରା ଛୁଟି ନେଇ ଦିନେ ଦୁଇ ଦିନ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ରାଜସ୍ବ ବିଭାଗ ଏବଂ ଗଣଶିକ୍ଷା ବିଭାଗ ଆଜି ଏନେଇ ଆଲୋଚନା କରିଛନ୍ତି।

ଶିକ୍ଷା ଏବଂ ରାଜସ୍ବ ବିଭାଗର ଆଲୋଚନା ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜସ୍ବ ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ଦିନେ ଦୁଇ ଦିନ ପରେ ନିଷ୍ପତ୍ତି ଆସିବ।

ବୈଠକ ନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ସ୍କୁଲ ଖରାଛୁଟି ସଂପର୍କରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ତାପମାତ୍ରା ବଢୁଥିବାରୁ ୨୦ ଜିଲ୍ଲାରେ ସ୍କୁଲ ଛୁଟି ହେଲାଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories