ଓଡ଼ିଆ ସିନେମା ମନ୍ତ୍ରମୁଗ୍ଧର ପ୍ରମୋ ଅନୁଷ୍ଠିତ ।
କଳାହାଣ୍ଡି,୨୪/୦୪
ସ୍ଥାନୀୟ ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ” ର ପ୍ରମୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମେ ପହିଲାରେ ସମଗ୍ର ଭାରତର ବିଭିନ୍ନ ପ୍ରେକ୍ଷାଳୟରେ ଏହି ଓଡିଆ ଚଳଚ୍ଚିତ୍ରର ଶୁଭମୁକ୍ତି ହେବାକୁ ଥିବାରୁ ଏହାର ଲୋକପ୍ରିୟତା ପାଇଁ “ମନ୍ତ୍ରମୁଗ୍ଧ” ଚଳଚ୍ଚିତ୍ରର ଅନ୍ୟତମ ଅଭିନେତା ସାର୍ଥକ ଭରଦ୍ୱାଜ ଯୋଗଦାନ କରି ସମସ୍ତଙ୍କୁ ହଲକୁ ଯାଇ ଏହି ସିନେମା ଦେଖିବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ମନିଷା ମିଶ୍ର, ସମାଜସେବୀ ହୃଷିକେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ଅଂଶୁମାନ ପାତ୍ର, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମାଜସେବୀ ବ୍ୟୋମକେଶ ପଣ୍ଡା, କୁମୁଦ ଚନ୍ଦ୍ର ବେହେରା, ଡା. ସୁଶାନ୍ତ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ୍ ଓ ସଂଜିବ କୁମାର ମୁଣ୍ଡ୍ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟକ୍ଷା ମୂର୍ତ୍ତି ମଂଜରୀ ପଣ୍ଡା, ମାନସ କୁମାର ପଣ୍ଡା, ଶାନ୍ତନୁ କୁମାର ପରିଡ଼ା, ରାଜେଶ କୁମାର ମୁଣ୍ଡ୍ , ମୋହନ ଚରଣ ବିଷି , ବିଶ୍ୱପତି ମୁଣ୍ଡ୍,ସାମ୍ବାଦିକ ଢଗ ନାଏକ ପ୍ରମୁଖ। ଉଲ୍ଲେଖଯୋଗ୍ୟ ଯେ, ଅଭିନେତା ସାର୍ଥକ ଭରଦ୍ୱାଜ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗତାବନ୍ଧ ଗ୍ରାମର ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ ଶ୍ରୀମତୀ ମୁଣ୍ମୟୀ ବେହେରାଙ୍କ ସୁପୁତ୍ର ତଥା ସ୍ବର୍ଗତ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ବେହେରାଙ୍କ ନାତି ଅଟନ୍ତି।

