ଓଲିଉଡ ରେ ପାଦ ଦେଲେ କୋକସରା ବ୍ଲକ ର ପୁଅ ସାର୍ଥକ,ମେ ପହିଲା ରେ ମୁକ୍ତିଲାଭ କରିବ ସିନେମା ମନ୍ତ୍ରମୁଗ୍ଧ।
କଳାହାଣ୍ଡି,୨୪/୦୪
ଓଲିଉଡ ଦୁନିଆରେ ପାଦ ଥାପିଲେ କୋକସରା ବ୍ଲକ ଅଞ୍ଚଳ ର ଜଣେ ଯୁବ ପ୍ରତିଭା ସାର୍ଥକ ଭରଦ୍ବାଜ, ଆସନ୍ତା ମେ ପହିଲା ରେ ତାଙ୍କ ଅଭିନୀତ ସଦ୍ୟ ତମ ସିନେମା”ମନ୍ତ୍ରମୁଗ୍ଧ” ସାରା ଓଡ଼ିଶା ସମେତ ଦେଶ ର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ସାର୍ଥକ ହେଉଛନ୍ତି କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଗତାବନ୍ଧ ଗ୍ରାମର ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ ମୃଣ୍ମୟୀ ବେହେରା ଙ୍କ ସୁପତ୍ର ପିଲାଟି ଦିନରୁ ସାର୍ଥକ ପାଠପଢା ସହ ଅଭିନୟ କ୍ଷେତ୍ରରେ ରୁଚି ରଖିଥିଲେ। ସାର୍ଥକ ସେଣ୍ଟ୍ରାଲ ସ୍କୁଲ ଭବାନୀପାଟଣା ରେ ମାଟ୍ରିକ ପଢିବା ସମୟ ରେ ମୋ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମ ରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପରେ ସେ ବାଙ୍ଗାଲୋର ସ୍ଥିତ ଗାର୍ଡେନ ସିଟି ୟୁନିଭରସିଟି ରେ ବିବିଏ କୋର୍ସ କରିବା ସମୟରେ ଷ୍ଟାର କିରଣ ଚେନାଳ ର କଲେଜ ଫ୍ରେଣ୍ଡ ହିନ୍ଦୀ ସିରିଏଲ ସମେତ ଷ୍ଟାର ଭାରତ ର ଲୋକପ୍ରିୟ ସିରିଏଲ ସାବଧାନ ଇଣ୍ଡିଆ ରେ ରିଏଲ ଷ୍ଟୋରି ରେ ନିଖୁଣ ଅଭିନୟ କରି ଦେଶବାସୀ ଙ୍କ ନିକଟରେ ନିଜର ଅଭିନୟ ର ଛାପ କୁ ଜୀବନ୍ତ କରିଥିଲେ। ଅଭିନୟ ସହ ସାର୍ଥକ ଏମବିଏ କରିବା ପରେ ଅଭିନୟ ପାଇଁ ନିଜର ଉଦ୍ୟମ ଜାରି ରଖିଥଲେ। ଏହା ମଧ୍ୟରେ ସାର୍ଥକ ଙ୍କ ଉପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଙ୍କ ନଜର ପଡିଥିଲା। ହିନ୍ଦୀ ସିନେମା ଜଗତ ର ଲୋକପ୍ରିୟ ରାଜଶ୍ରୀ ବ୍ୟାନର ରେ ମନ୍ତ୍ରମୁଗ୍ଧ ନାମରେ ଏକ ଓଡ଼ିଆ ସିନେମା ପାଇଁ ସାର୍ଥକ ଭରଦ୍ବାଜ ଙ୍କୁ ନିର୍ଦ୍ଦେଶକ ମନୋନୀତ କରିଥିଲେ। ଏହାପରେ ସାର୍ଥକ ଭରଦ୍ବାଜ ନିଜର ଅଭିନୟ ର ଯାଦୁ ଏହି ସିନେମା ରେ ଦେଖାଇଥିଲେ। ସିନେମା ରେ ୩ ଜଣ ଅଭିନେତା ଲିଡ଼ ରୋଲ ରେ ଥିବାବେଳେ କଳାହାଣ୍ଡି ଜିଲ୍ଲାର ସାର୍ଥକ ମଧ୍ୟ ନିଜର ଅଭିନୟ ର ଯାଦୁ ଦେଖାଇଛନ୍ତି। ମନ୍ତ୍ରମୁଗ୍ଧ ସିନେମା ମେ ୧ ତାରିଖରେ ଦେଶ ଓ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟ ରେ ରିଲିଜ ଅପେକ୍ଷା ରେ ରହିଥିବା ବେଳେ ସିନେମା ର ପ୍ରମୋସନ ନେଇ ସାର୍ଥକ ଭରଦ୍ବାଜ କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ବ୍ରଜ ବିହାର ଲେଖିକା କଳା ପରିଷଦ ଓ ଧର୍ମଗଡ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ପ୍ରମୋ ପ୍ରଦର୍ଶନ କରିଛନ୍ତି। ଓଡିଶା ର ପୁରାତନ ଗଞ୍ଜାମ ଧରାକୋଟ ର ପ୍ରାଚୀନ ରାଜ ପ୍ରସାଦ ରେ ଲୁଚି ରହିଥିବା ଅନେକ କିମ୍ବଦନ୍ତୀ ଓ ଗୋପନୀୟ କଥାବସ୍ତୁ କୁ ନେଇ ଏହି ହରର କାହାଣୀ ପର୍ଯ୍ୟବେସିତ,ଯାହାକି ଯୁବଗୋଷ୍ଟି ଙ୍କ ପାଇଁ ଏକ ରୋଚକ ଅନୁଭୂତି ନେଇ ଆସିବ ବୋଳି ଅଭିନେତା ସାର୍ଥକ ନିଜର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।

