କୋକସରା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳନ।
କଳାହାଣ୍ଡି,୨୪/୦୪
୨୪ ଅପ୍ରେଲ ଜାତୀୟ ତ୍ରିସ୍ତରୀୟ ପଞ୍ଚାୟତି ରାଜ ଦିବସ ରାଜ୍ୟ ର ସମସ୍ତ ଜିଲ୍ଲା ଓ ବ୍ଲକ ରେ ପାଳନ ହେଉଥିବା ବେଳେ କୋକସରା ବ୍ଲକ ସ୍ତରୀୟ ପଞ୍ଚାୟତି ରାଜ ଦିବସ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ସନ୍ଧ୍ୟାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଦୁର୍ଗା ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ବରାଡ଼ଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ବ୍ଲକ ସହକାରୀ ଯନ୍ତ୍ରୀ ଏହେମଦ ସରିଫ, ଜିପିଡ଼ିଓ ମିଳୁ ପ୍ରଧାନୀ ମଞ୍ଚ ରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଜିପିଡ଼ିଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଡ଼ିଓ ଶ୍ରୀ ମାଝୀ ପ୍ରଶାସନିକ ସ୍ତରରେ ପଞ୍ଚାୟତି ରାଜ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା ନେଇ ମତ ପ୍ରକାଶ କରିଥିଲେ। ସେହିପରି ବିଧାୟକ ପ୍ରତିନିଧି ଶ୍ରୀ ଶବର ପଞ୍ଚାୟତିରାଜ ବ୍ୟବସ୍ଥା ରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ମତ ପ୍ରକାଶ କରିଥିଲେ।ପରେ ବଲାଙ୍ଗୀର ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପଞ୍ଚାୟତିରାଜ ଦିବସ ବାର୍ତ୍ତା ର ସିଧା ପ୍ରସାରଣ ଆଭାସି ଜରିଆରେ ଦେଖିଥିଲେ। ମଞ୍ଚ ସଂଯୋଜନା ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ବିଜେପି ରାଜ୍ୟ ସଭାନେତ୍ରୀ କୁନ୍ତୀ ପାଳ,କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ବିଜେପି ର କାର୍ଯ୍ୟକାର୍ତ୍ତା, ବ୍ଲକ ର କନିଷ୍ଠ ଯନ୍ତ୍ରୀ, ପିଇଓ, ଅଧିକାରୀ,କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

