କୋକସରା ବ୍ଲକ ବିଜେଡି ମହିଲା ସଭାନେତ୍ରୀ ହେଲେ ରୁକ୍ମଣୀ ବାଣୁଆ, ବିଭିନ୍ନ ମହଲ ରୁ ଶୁଭେଚ୍ଛା।
କଳାହାଣ୍ଡି,୨୫/୦୪
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ରାଜ୍ୟର ମହିଳା ବିଜୁ ଜନତାଦଳ ମହିଳା ଶାଖାର କର୍ମକର୍ତ୍ତା ନିଯୁକ୍ତି ଘୋଷଣା କରାଯାଇଛି । ଏହି ତାଲିକା ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଭାବେ ଆମପାଣି ଗ୍ରାମ ପଞ୍ଚାୟତ ର ସରପଞ୍ଚ ରୁକ୍ମଣୀ ବାଣୁଆ ନିଯୁକ୍ତି ହୋଇଛନ୍ତି। ଜଣେ ମହିଳା ସରପଞ୍ଚ ଭାବେ ସେ ଆମପାଣି ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ସମାଜସେବା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେଇଛନ୍ତି। ଗତକାଲି ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନ ରୁ ରୁ ପ୍ରକାଶିତ ମହିଳା ସଭାନେତ୍ରୀ ତାଲିକାରେ ତାଙ୍କ ନାଁ ପ୍ରକାଶିତ ପାଇବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମେତ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ପୂର୍ବତନ ବିଧାୟକ ମୌଷଧି ବାଗ,ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କୁ ଦଳ ପକ୍ଷରୁ ଯେଉଁ କାର୍ଯ୍ୟ ସମ୍ପାଦନ ପାଇଁ ଦିଆଯିବ ସେ ନିଷ୍ଠା ର ସହ ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ ପାଳନ କରିବେ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ବ୍ଲକ ବିଜେଡି ସଭାନେତ୍ରୀ ହେବାପରେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି।

