Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

ବାଲିଗୁଡା, ତା, ୨୬/୦୪ : (ସଞ୍ଜୟ କୁମାର ପାଣିଗ୍ରାହୀ): ଘରୋଇ ଯାତ୍ରୀବାହୀ ବସ ସହ ଏକ କାର ର ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼କୁ ଖସିଲା ବସ l ଅଳ୍ପକେ ବଡ଼ ଧରଣ ର ଦୁର୍ଘଟଣା ରୁ ବର୍ତିଲେ ବସ ରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ରାଜ୍ୟ ରାଜପଥ ନଂ. ୧ ମୁଖ୍ୟ ରାସ୍ତା ର ପାଇବର ସାହି ନିକଟରେ ଘଟିଛି ଦୁର୍ଘଟଣା l ପ୍ରକାଶ ଯେ, ଫୁଲବାଣୀ ରୁ ମୋହନଗିରୀ ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଘରୋଇ ଯାତ୍ରୀବାହୀ ବସ ଟି ଆସୁଥିବା ବେଳେ ପାଇବର ସାହି ନିକଟରେ ବିପରୀତ ଦିଗ ରୁ ଆସୁଥିବା ଅନ୍ୟ ଏକ ଦୀପକ ନାମକ ଘରୋଇ ବସ କୁ କାର ଟି ଓଭରଟେକ କରିଥିଲା l କାର କୁ ବଞ୍ଚାଇବାକୁ ଯାଇ ମା’ ତାରିଣୀ ବସ ର ଡ୍ରାଇଭରସଙ୍ଗେ ସଙ୍ଗେ ହଠାତ ବ୍ରେକ ମାରିବାରୁ ଗାର୍ଡୱାଲ ରେ ବସ ପିଟି ହୋଇଥିଲା l ତେବେ ଦୁର୍ଘଟଣା ରେ ବସ ରେ ବସିଥିବା ସମସ୍ତ ଯାତ୍ରୀ ଓ କାର ଡ୍ରାଇଭର ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି l ଖବର ପାଇ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ