କେନାଲ ପାଣି ଯୋଗାଇବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀ କଲା ବିଜୁ ଜନତା ଦଳ।
କଳାହାଣ୍ଡି,୨୭/୦୪
ଧର୍ମଗଡ଼ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭେଟି କେନାଲ ରେ ପାଣି ଯୋଗାଇବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବୀ ଆଜି ଦାବୀ ପତ୍ର ପ୍ରଦାନ କରିଛନ୍ତି।ରବି ଚାଷ ସମୟରେ କେନାଲ ରେ ପାଣି ଯୋଗାଣ ବନ୍ଦ କରି ଦେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। କେନାଲ ପାଣି ଉପରେ ନିର୍ଭରଶୀଳ ଧର୍ମଗଡ଼ ବ୍ଲକ ର ଚିଲଚିଲା, ଥନଟ, ମେରଘରା, ଖଇର ପଦର, ରାଜ ମୋଟର,କେରମୁଣ୍ଡା, କନା ଗାଁ, କାଙ୍କେରୀ ଓ ଡୁମେରଗୁଡା ଗ୍ରାମର ଚାଷୀ ମାନେ ଚାଷ କରି ପାରି ନାହାନ୍ତି ଓ ନାହିଁ ନ ଥିଵା କ୍ଷତି ସହିଛନ୍ତି। ସଂପୃକ୍ତ ଅଞ୍ଚଳକୁ ତୁରନ୍ତ ପାଣି ଯୋଗାଇ ଦେବା ସହ ଚାଷୀର ହୋଇଥିବା କ୍ଷତି ର ଆକଳନ କରାଯାଇ ଚାଷୀକୂଳ ଙ୍କୁ କ୍ଷତି ପୂରଣ ଦିଆ ଯାଉ ନଚେତ ବିଜୁ ଜନତା ଦଳ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରଯାଇଛି।ଆଜି ବିଜୁ ଜନତା ଦଳର ଧର୍ମଗଡ଼ ବ୍ଲକ ସଭାପତି ଡାକେ ଲହଜଲ ଙ୍କ ନେତୃତ୍ବରେ ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ସଂପାଦକ ପ୍ରଶାନ୍ତ ତିୱାରୀ,ଧର୍ମଗଡ଼ ବ୍ଲକ ସଭାନେତ୍ରୀ ମମତା ରାଣୀ ଗୋପାଳ,ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ,ପ୍ରଣବ କିଶୋର ଭଏଁସାଲ,ରତନ ନାଏକ, ଗୌର ବାଗ, ରାଧାକାନ୍ତ ଗୁରୁ, ଧର୍ମଗଡ଼ ନଗର ସଭାନେତ୍ରୀ ସଂତୋଷିନି ନାଏକ,କାଉନସିଲର ଜ୍ୟୋତିର୍ମୟୀ ମହାନନ୍ଦ, ମମତା ବାଗ,ନମିତା ବାଗ,ପୁଷ୍ପାଞ୍ଜଳୀ ମହାନନ୍ଦ ସମସ୍ତେ ଚାଷୀ ମାନେ ଉପସ୍ଥିତ ରହି ଧର୍ମଗଡ଼ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥଲେ।

