Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକରୀ ଜଳପ୍ରପାତ ରୁ ନିଖୋଜ ଯୁବକ ଙ୍କ ଶବ ୨୪ ଘଣ୍ଟା ପରେ ଉଦ୍ଧାର

କୋକସରା: ଡୋକାରୀ ଦର ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ ଘଟଣା,୨୪ ଘଣ୍ଟା ପରେ ଉଦ୍ଧାର ହେଲା ଶବ।
କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତ ର ଡୋକରୀ ଦର ଜଳପ୍ରପାତ ରେ ରବିବାର ଜଣେ ଯୁବକ ପାଣି ରେ ବୁଡି ନିଖୋଜ ହେବା ଘଟଣା,ର ୨୪ ଘଣ୍ଟା ପରେ ଭବାନୀପାଟଣା ଓ କୋକସରା ଦମକଲ ଟିମ ର ମିଳିତ ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ନିଖୋଜ ଯୁବକ ର ମୃତଦେହ। ରବିବାର ଧର୍ମଗଡ ସହର ର ୪ ସାଙ୍ଗ କୋକସରା ବ୍ଲକ ରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା କୁ ବୁଲିବାକୁ ଯାଇ ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ସମୟରେ ଜଣେ ସାଙ୍ଗ ଅମନ ଅଗ୍ରୱାଲ(୨୫) ପାଣି ରେ ବୁଡି ନିଖୋଜ ହୋଇଥିବା ବେଳେ ଖବର ପାଇ ଆମପାଣି ପୋଲିସ ଓ କୋକସରା ଦମକଲ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ସୋମବାର ସକାଳୁ ପୁଣି ଭବାନୀପାଟଣା ଓ କୋକସରା ଦମକଲ ଟିମ ଆସି ପୁଣିଥରେ ଜଳପ୍ରପାତ ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦିର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଛି ଯୁବକ ଙ୍କ ମୃତଦେହ। ପରେ କୋକସରା ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ଶବ ଅଣାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ସମୟରେ ଘଟଣାସ୍ଥଳରେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ,ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ , ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜୁନାଗଡ଼ ଏନଏସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ,ସମାଜସେବୀ ଗୌତମ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା ଓ ମୃତକ ଯୁବକ ର ପରିବାର ବର୍ଗ ସମେତ କୋକସରା ବ୍ଲକ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ପରେ କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି।ଏନେଇ ଆମପାଣି ପୋଲିସ ଏକ ଅପମୃତ୍ୟୁ ମାମଲା ୩/୨୩ ରେ ମାମଲା ରୁଜୁ କରି ଶବ ହସ୍ତାନ୍ତର କରିଥିବା ନେଇ ପୋଲିସ ଏ ଏସ ଆଇ ମନୋଜ ନାଏକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ