Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ରାହୁଲଙ୍କ ଦାବି; ୧୫୦ ସିଟ୍‌ରେ ଜିତିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​୧୫୦ ଟି ସିଟ୍ ରେ ଜିତିବ କଂଗ୍ରେସ। ଏ ନେଇ ରାହୁଲ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୋମବାର ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତାମାନେ ଏଆଇସିସି ମୁଖ୍ୟାଳୟରେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “ମଧ୍ୟପ୍ରଦେଶରେ ୧୫୦ ଟି ଆସନ ପାଇବ କଂଗ୍ରେସ। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ବଡ ବଡ ନେତାଙ୍କ ବୈଠକ ବସିଥିଲା । ଆକଳନ ଅନୁଯାୟୀ ଯେହେତୁ ଆମେ କର୍ଣ୍ଣାଟକରେ ୧୩୬ ଟି ଆସନ ପାଇଛୁ, ବର୍ତ୍ତମାନ ଆମେ ମଧ୍ୟପ୍ରଦେଶରେ ୧୫୦ ଟି ଆସନ ପାଇବାକୁ ଯାଉଛୁ।” ଆସନ୍ତା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ବୋଲି ରାହୁଲ କହିଛନ୍ତି।