କୋକସରା ବ୍ଲକ ଅଞ୍ଚଳ ରେ ମୃଦୁ ଭୂମିକମ୍ପ ଅନୁଭୂତ।
କଳାହାଣ୍ଡି,୨୯/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ରାତି ୭.୪୨ ମିନିଟ ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ଜଣାପଡିଛି। କୋକସରା ବ୍ଲକ ରେ ବୁଧବାର ସନ୍ଧ୍ୟା ରୁ କାଳବୈଶାଖୀ ବର୍ଷା ସହ ଝଡ଼ିବର୍ଷା ଲାଗି ରହିଥିବା ବେଳେ ହଠାତ କିଛି ସମୟ ପାଇଁ ମାଟି ଥରିବା ଭଳି ଅନୁଭୂତ ହୋଇଥିଲା। ବ୍ଲକ ର କୋକସରା,ଲଡୁଗାଁ,ଆମପାଣି,ମୋଟେର,ଡହଗାଁ,ମାଝୀଗୁଡା, ସମେତ ଅନ୍ୟ ପଞ୍ଚାୟତ ଓ ଧର୍ମଗଡ ବ୍ଲକ ର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ଲୋକେ ପ୍ରକାଶ କରିଛନ୍ତି। ଭୂମିକମ୍ପ ର ତୀବ୍ରତା ରିକ୍ଟର ସ୍କେଲ ରେ ୪.୧ ବୋଳି ଜଣାପଡିଛି।ତେବେ କୌଣସି କ୍ଷୟକ୍ଷତି ର ସୂଚନା ମିଳିନାହିଁ।

