Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ ତାଣ୍ଡବ, ଯଜ୍ଞ ମଣ୍ଡପ ଛିନଛତ୍ର, କାର୍ଯ୍ୟକ୍ରମ ବାତିଲ।

କଳାହାଣ୍ଡି,୩୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବୁଧବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ପ୍ରଭାବ ରେ ବରାଡଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ରେ ଆୟୋଜନ ହେବାକୁ ଥିବା ଚୈତନ୍ୟ ମହାପ୍ରଭୁ ଙ୍କ ଅଷ୍ଟ ପ୍ରହର ନାମଯଜ୍ଞ ମଣ୍ଡପ କୁ ଛିନଛତ୍ର କରିଦେଇଛି କାଳବୈଶାଖୀ ଜନିତ ଝଡ଼ ତୋଫାନ।ଫଳରେ ୩୦ ତାରିଖରେ ଥିବା ନାମଯଜ୍ଞ କାର୍ଯ୍ୟକ୍ରମ କୁ ପୂଜା କମିଟି ପକ୍ଷରୁ ବାତିଲ କରାଯାଇ ଆସନ୍ତା ୮ ତାରିଖ କୁ ଘୁଞ୍ଚାଇ ଦିଆଯାଇଛି। ବୁଧବାର ସନ୍ଧ୍ୟାରେ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବେ ପୂର୍ବରୁ ହଠାତ କାଳବୈଶାଖୀ ଝଡ଼ ବର୍ଷା ଆରମ୍ଭ ହୋଇ ଯଜ୍ଞ ମଣ୍ଡପ କୁ କ୍ଷତିଗ୍ରସ୍ତ କରିଦେଇଥିଲା। ଏଣୁ ପୂଜା କମିଟି ପକ୍ଷରୁ ନାମଯଜ୍ଞ କାର୍ଯ୍ୟକ୍ରମ କୁ ବାତିଲ କରି ପରବର୍ତ୍ତୀ ଦିନ କୁ ଘୁଞ୍ଚାଇ ଦିଆଯାଇଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ