Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କ ଅଵସର ଗ୍ରହଣ, ବିଦାୟ ସମ୍ବର୍ଦ୍ଧନା ଦେଲେ ଲଡୁଗାଁ କ୍ଲଷ୍ଟର ଶିକ୍ଷକ ସଂଘ।

କଳାହାଣ୍ଡି,୩୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଲଡୁଗାଁ କ୍ଲଷ୍ଟର ପକ୍ଷରୁ ସୁନାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ମହାନନ୍ଦ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ଶିକ୍ଷକ ଜୟନ୍ତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ,ମୁଖ୍ୟବକ୍ତା ଭାବେ ସିଆରସିସି ଫାଲଗୁଣୀ ବାଣୁଆ,ସମ୍ମାନିତ ଅତିଥି ଭାବେ ଉମେଶ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦିଶାରି,ସହ ଶିକ୍ଷକ ସୁଧୀର କୁମାର ଶବର,ରାଧେଶ୍ୟାମ ସାହୁ ଶିକ୍ଷୟତ୍ରୀ ପୁଷ୍ପଲତା ଖମାରୀ ପ୍ରମୁଖ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ଶିକ୍ଷକ ପୁରୁଷୋତ୍ତମ ମହାନନ୍ଦ ଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଶିକ୍ଷକତା ଜୀବନ ରେ ଜଣେ ଦାୟିତ୍ୱ ସମ୍ପନ୍ନ କର୍ତ୍ତବ୍ୟ ନିଷ୍ଟ ଓ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଶ୍ରୀ ମହାନନ୍ଦ ନିଜର ଶିକ୍ଷକ ଜୀବନ କୁ ସାର୍ଥକତା କରିଛନ୍ତି,ତାଙ୍କ ଆଗାମୀ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି ମତ ପ୍ରକାଶ କରିଥିଲେ।ମଞ୍ଚ ସଂଯୋଜନା ରେ ଶିକ୍ଷକ ପ୍ରେମଲାଲ ସାହୁ ସହଯୋଗ କରିଥିବା ବେଳେ ଲଡୁଗାଁ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସମ୍ପାଦକ ସଦସ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ