Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବିଚାଷ ପଞ୍ଜିକରଣ ରୁ ବଞ୍ଚିତ ଚାଷି ଙ୍କ ଗର୍ଜନ,ସରକାର ନ ଶୁଣିଲେ ୮ରେ ଅଖଚକ ବନ୍ଦ ପାଇଁ ଚେତାବନୀ।

କଳାହାଣ୍ଡି,୦୧/୦୫
କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ରୁ ଚଳିତ ରବି ଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୧୮,୮୮୫ ହେକ୍ଟର ଚାଷଜମି କୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣ ପି-ପାସ ପୋର୍ଟାଲ ରେ ମେଗାଲିଫ୍ଟ ଅଞ୍ଚଳ ପାଇଁ କୌଣସି ତଥ୍ୟ ଅନ ଲାଇନ ରେ ନ ଆସିବାରୁ ରବିଧାନ ବିକ୍ରି ରୁ ବଞ୍ଚିତ ରହିଛନ୍ତି ୪ ବ୍ଲକ ର ୧୫ ହଜାର ରୁ ଉର୍ଦ୍ଧ୍ବ ଚାଷି। ଏନେଇ ସଚେତନ କୃଷକ ମଞ୍ଚ ଚାଷି ସଙ୍ଗଠନ ର ପ୍ରତିନିଧି ଦଳ ରାଜ୍ୟ ଶାସକ ଦଳ ର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ସମେତ ବିରୋଧୀ ଦଳ ର ଲାଞ୍ଜିଗଡ଼ ବିଧାୟକ ଜୁନାଗଡ଼ ବିଧାୟକ ମୁଖ୍ୟମନ୍ତ୍ରୀ ସମେତ ବିଭାଗୀୟ ମନ୍ତ୍ରୀ,ସଚିବ ଙ୍କୁ ଭେଟି ଅଭିଯୋଗ ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ ରାଜ୍ୟ ସରକାର ପକ୍ଷରୁ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଓଲଟା ରାଜ୍ୟ ସରକାର ସଚିବ ଙ୍କ କାର୍ଯ୍ୟାଳୟ ରୁ ଲାଞ୍ଜିଗଡ଼ ବିଧାୟକ ଙ୍କ ଅଭିଯୋଗ କୁ ନେଇ ମିଳିଥିବା ଚିଠି ଚାଷୀକୁଳ ଙ୍କୁ ନିରାଶା ମଧ୍ୟକୁ ଠେଲି ଦେଇଛି। ସଚିବ ଙ୍କ ଚିଠି ରେ ବର୍ତ୍ତମାନ ରବି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତି ରେ ନୂତନ ଜଳସେଚିତ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ଧାନ କ୍ରୟ ନେଇ କୌଣସି ସମ୍ଭାବନା ନାହିଁ ବୋଳି ସ୍ପଷ୍ଟୀକରଣ ଦିଆଯାଇଛି।ଏହାକୁ ନେଇ ଚାଷୀ ଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବା ସହ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ତୀବ୍ର ହେବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ ପାଇଁ ଦାନା ବାନ୍ଧୁଚି। ଶୁକ୍ରବାର ସଚେତନ କୃଷକ ମଞ୍ଚ ପକ୍ଷରୁ କୋକସରା ଧାନ ମଣ୍ଡି ରେ କୋକସରା, ଜୟପାଟଣା, ଧର୍ମଗଡ ଅଞ୍ଚଳ ର ଚାଷି ଙ୍କ ସମାବେଶ ରେ ରାଜ୍ୟ ସରକାର ଙ୍କ ଏହି ନିଷ୍ପତ୍ତି କୁ ବିରୋଧ କରିବା ସହ ଚାଷି ଙ୍କ କଷ୍ଟ ଉପାର୍ଜନ ଧାନ କେମିତି ବିକ୍ରି ହେବ ସେନେଇ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ସଙ୍ଗଠନ ର ନେତୃବୃନ୍ଦ ପ୍ରତିକ୍ରିୟା ରଖି କହିଥିଲେ ଯେ ଯଦି ରାଜ୍ୟ ସରକାର ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଷି ଙ୍କ ହିତ କୁ ଦୃଷ୍ଟିରେ ରଖି କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ୮ ତାରିଖରେ କୋକସରା ବ୍ଲକ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତା ଅବରୋଧ ସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରିବାକୁ ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି। ଏହି ଚାଷି ସମାବେଶରେ ଚାଷି ମିନିକେତନ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଚାଷି ସଙ୍ଗଠନ ର ଆବାହକ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଦିଗାମ୍ବର ଦୁରିଆ, ସୁନୀଲ ଦୁରିଆ, ଶ୍ରୀନିବାସ ପ୍ରଧାନୀ, ଗୋବର୍ଦ୍ଧନ ବାଗ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ,ଜୟଲାଲ ନାଏକ,ନାରାୟଣ ପଟ୍ଟନାୟକ,ପଞ୍ଚକ ପୋଢ଼, ରାଜେନ୍ଦ୍ର ନାଏକ,ଅଚ୍ୟୁତ କୁମାର ସାହୁ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ମଣିଜର ପୋଢ଼,ରୁଦ୍ର ପ୍ରସାଦ ନାଏକ,ଦେବେନ୍ଦ୍ର ପଣ୍ଡା,ପଙ୍କଜ ମୁଖ ଚୌଧୁରୀ, କିରଣ ସାହୁ, ତନୁକଲାଲ ନାଗ,ନବୀନ ନାଏକ,ରବି ନାରାୟଣ ଦାସ,ସମେତ ୩ ବ୍ଲକ ର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ