ସାମ୍ୱାଦିକଙ୍କୁ ପେନସନ, ପ୍ରୋଟେକ୍ସନ ଓ ଏକ୍ରିଡେସନ ଦାବି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଳାହାଣ୍ଡି ସାମ୍ବାଦିକ ସଙ୍ଘ।
କଳାହାଣ୍ଡି,୦୧/୦୫
ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅର୍ଥାତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲଗାତାର ଅଣଦେଖା କରିବା ପ୍ରତିବାଦରେ ଆଜି ସାରା ରାଜ୍ୟରେ ତାତି ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ସାମ୍ବାଦିକ ୟୁନିୟନର ଆହ୍ୱାନ କ୍ରମେ ଆଜି କଳାହାଣ୍ଡି ସାମ୍ବାଦିକ ୟୁନିୟନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସାଧାରଣ ସଂପାଦକ ସନ୍ତୋଷ ସିଂଦେଓଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ପରେ ଜିଲ୍ଲାପାଳ ସଚିନ ପାୱାରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଲଳିତ କାନୁନଗୋ, ଦେବେନ୍ଦ୍ର ବିଶି, ଅଜିତ ସିଂଙ୍କ ସହିତ ସଙ୍ଘର ଉପସଭାପତି ମନମୋହନ ପ୍ରଧାନ, ଗଜିନ୍ଦ୍ର ସାହୁ, ସଂଗଠନ ସଂପାଦକ ଅଂଶୁମାନ ପାତ୍ର, ସଂପାଦକ ରାଜକୁମାର ସିଂଦେଓ, ଶିବାନନ୍ଦ ନାୟକ, ଭଜଶ୍ୟାମ ସାହୁ, କ୍ଷମାନିଧି ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କୈଳାସ ସାହୁ, ଖଗେଶ୍ୱର ଧଙ୍ଗଡ଼ାମାଝୀ, ସୁଶୀଲ କୁମାର ବାଗ, ସନ୍ତୋଷ ତୁଳ, ରମେଶ ନାୟକ, ଗୋପାଳଦାସ ମହାନନ୍ଦଙ୍କ ସହିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକମାନେ ସାମିଲ ହୋଇଥିଲେ

